ଟ୍ରକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, ଚାଳକ ଗିରଫ

ଭୁବନେଶ୍ବର: ଗଙ୍ଗୁଆବ୍ରିଜ୍‌ରେ ଟ୍ରକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ମଞ୍ଚେଶ୍ବର ଥାନା ପୁଲିସ ଟ୍ରକ୍‌ ଚାଳକକୁ ଗିରଫ କରିଛି। ସେ ହେଲେ ପଶ୍ଚିମବଙ୍ଗ ବର୍ଦ୍ଧମାନର ଆୟୁବ ମଲ୍ଲିକ(୨୪)। ଗୁରୁବାର ରାତି ପ୍ରାୟ ସାଢ଼େ ୧୦ ଟା ସମୟରେ ପ୍ରବୀର ଦେହୁରୀ(୩୪) ନାମକ ଜଣେ ଯୁବକ ବାଇକ୍‌ରେ ରସୁଲଗଡ଼ରୁ ସତ୍ୟବିହାର ସ୍ଥିତ ଘରକୁ ଫେରୁଥିଲେ। ଗଙ୍ଗୁଆବ୍ରିଜ୍‌ ଉପରେ ଯାଉଥିବା ସମୟରେ ପଛପଟୁ ଆସୁଥିବା ଟ୍ରକ୍‌ଟି ପ୍ରବୀରଙ୍କ ବାଇକ୍‌କୁ ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମଞ୍ଚେଶ୍ବର ଥାନା ପୁଲିସ ସେଠାରୁ ଚାଳକକୁ ଗିରଫ କରିବା ସହ ଟ୍ରକ୍‌କୁ ଜବତ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଆଜି ଆୟୁବକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର