ଭୁବନେଶ୍ୱର: ଜୟଦେବ ବିହାରସ୍ଥିତ କଳିଙ୍ଗ ଷ୍ଟାଡିୟମ ଗେଟ୍ ନଂ-୯ ନିକଟରେ ଏକ ଟ୍ରକ୍ ଦୁର୍ଘଟଣାରେ ଦେବାଶିଷ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ଆଜି ଚାଳକ ବେଣୁଧର ବେହେରା (୨୩)କୁ ଗିରଫ କରିଛି। ତାଙ୍କ ଘର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ। ଗତ ୧୮ ତାରିଖ ରାତିରେ ଦେବାଶିଷ ଜୟଦେବ ବିହାରରୁ ବରମୁଣ୍ଡା ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ଭାରସାମ୍ୟ ହାରାଇ ଦେବାଶିଷଙ୍କ ବାଇକ୍ ପଛକୁ ଧକ୍କା ଦେଇଥିଲା। ଗୁରୁତର ଦେବାଶିଷଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଟ୍ରକ୍ ଚାଳକ ଗିରଫ
/sambad/media/post_attachments/wp-content/uploads/2018/07/arrested-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)