ଟ୍ରେନ ଆସିବା ଦେଖି ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ମହିଳାଙ୍କୁ ଧାରଣାକୁ ଠେଲି ଦେଲେ ଯୁବକ

ନୂଆଦିଲ୍ଲୀ: ରେଳ ଷ୍ଟେସନ ହେଉ କିମ୍ବା ମେଟ୍ରୋ ସର୍ବଦା ଟ୍ରାକ୍ ଠାରୁ କିଛି ଦୂରରେ ଠିଆ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ, କିନ୍ତୁ ବେଳେବେଳେ ଏପରି ଘଟଣା ଘଟେ, ଯାହାକୁ ଆମେ ସହଜରେ ବିଶ୍ବାସ କରି ପାରି ନଥାଉ। ଲୋକମାନେ ହୁଏତ ଦ୍ରୁତ ଗତିରେ ଚାଲୁଥିବା ଟ୍ରେନ୍ ଠାରୁ କିଛି ଦୂରରେ ଠିଆ ହୋଇଥିବେ, କିନ୍ତୁ ଯଦି ଟ୍ରେନ୍ ନିକଟତର ହେଲା ବେଳକୁ ଆପଣଙ୍କୁ ପଛରୁ କେହି ଧକ୍କା ଦେଇଦେବେ ତେବେ ଆପଣ କ’ଣ କରିବେ। ଏମିତି ଏକ ଘଟଣା ନିକଟରେ ଲାଗିଥିବା ସିସିଟିଭ ଫୁଟେଜରେ କୈଦ ହୋଇଛି।

ବ୍ରସେଲ୍ସରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କୁ ଜାଣିଶୁଣି ଟ୍ରେନ୍ ସାମ୍ନାକୁ ଧକ୍କା ଦେଇଥିଲା। ଏହି ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ସେଠାରେ ଲାାଗିଥିବା ସିସିଟିଭରେ କୈଦ ହୋଇଥିଲା। ଏହି ଘଟଣା ଶୁକ୍ରବାର ସନ୍ଧ୍ୟାରେ ବେଲଜିୟମର ରାଜଧାନୀର ରୋଜିୟର ମେଟ୍ରୋ ଷ୍ଟେସନରେ ଘଟିଛି। ସୌଭାଗ୍ୟବଶତଃ ଟ୍ରେନ୍ ସମୟ ପୂର୍ବରୁ ଅଟକି ଯାଇଥିବାରୁ ମହିଳାଙ୍କ ଜୀବନ ରକ୍ଷା ପାଇଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

ଏହି ଲୋମଟାଙ୍କୁରା ଭିଡିଓରେ ଦେଖିବାକୁ ମିଳୁଛି, ବ୍ୟକ୍ତି ଜଣକ ଟ୍ରେନ ସାମ୍ନାରେ ମହିଳାଙ୍କୁ ଧକ୍କା ଦେବା ପୂର୍ବରୁ ପ୍ଲାଟଫର୍ମରେ ‌ଏଣେତେଣେ ବୁଲୁଛନ୍ତି। ଯେମିତି ହିଁ ଟ୍ରେନ ଆସିବା ଉକ୍ତ ବ୍ୟକ୍ତି ଦେଖିଥିଲେ କେହି କିଛି ବୁଝିବା ପୂର୍ବରୁ ସେ ମହିଳାଙ୍କୁ ଧାରଣାକୁ ଠେଲି ଦେଇଥି‌ଲେ।

ସମ୍ବନ୍ଧିତ ଖବର