ଦେବଗଡ଼: ପଛପଟରୁ ଚଢ଼ିଗଲା ବସ୍‌; ୧ ମୃତ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ କନ୍ଧାଳ ଗ୍ରାମରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା। କନ୍ଧାଳ ଗ୍ରାମର ୪୯ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଜଣକ ହେଉଛନ୍ତି ୨୫ ବର୍ଷିଅ ବୟସ୍କ କୁନା ମହାଜନ। କୁନା ରାସ୍ତା ଉପରେ ଚାଲିକରି ଯାଉଥିବା ବେଳେ ତାଙ୍କ ପଛ ପଟରୁ ଏକ ବସ୍‌ ଆସି ତାଙ୍କ ଉପରେ ଚଢ଼ାଇ ଦେଇଥିଲା। ଘଟଣାସ୍ଥଳରେ କୁନାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇଁ ପୁଲିସ୍‌ ଆସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାକୁ ନେଇ ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ। ବସ୍‌ ଚାଳକ ଦୁର୍ଘଟଣା ଘଟାଇବା ପରେ ପାରକୁଟ ଥାନାରେ ଯାଇ ଆତ୍ମସମର୍ପଣ କରିଥିବା ଜାଣିବାକୁ ମିଳିଛି। ଏହି ଘଟଣାର ତଦନ୍ତ ଏବେ ଜାରି ରହିଛି।

ସମ୍ବନ୍ଧିତ ଖବର