ମାସେ ତଳେ ଜେଲ୍‌ରୁ ଫେରିଥିଲା ଅଭିଯୁକ୍ତ : ଗାଧୋଇବା ଅବସ୍ଥାରେ ଯୁବତୀଙ୍କ ଫଟୋ ଉଠାଇ ଯୁବକ ଅଟକ

ଚନ୍ଦ୍ରଶେଖରପୁର : ଲୁଚି ଲୁଚି ଜଣେ ଯୁବତୀଙ୍କ ଗାଧୋଇବା ସମୟର ଫଟୋ ଉଠାଇବା ଅଭିଯୋଗରେ ଚନ୍ଦ୍ରଶେଖର ଥାନା ପୁଲିସ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖିଛି। ପୁଲିସ ତା’ଠାରୁ ମୋବାଇଲ ଜବତ କରିଛି। ସେଥିରେ ଯୁବତୀଙ୍କ ଗାଧୋଇବା ସମୟର ଫଟୋ ରହିିଥିବା ପୁଲିସ କହିଛି। ଅଭିଯୁକ୍ତଜଣଙ୍କ ହେଲା, ଚିନୁ ନାୟକ। ଚିନୁ ପୂର୍ବରୁ ସମାନ ଅଭିଯୋଗରେ ଜେଲ ଯାଇ ମାସକ ତଳେ ଫେରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ଅଧୀନ ଏକ ବସ୍ତିରେ ଆଜି ଜଣେ ଯୁବତୀ ଗାଧୋଉଥିବା ବେଳେ ଚିନୁ ଲୁଚି ଲୁଚି ମୋବାଇଲରେ ତାଙ୍କ ଫଟୋ ଉଠାଉଥିଲା। ଏହା ଦେଖି କିଛି ଲୋକ ଯୁବତୀଙ୍କ ବାପାଙ୍କୁ ସୂଚନା ଦେଇଥିଲେ। ପରେ ବସ୍ତିବାସିନ୍ଦା ଚନ୍ଦ୍ରଶେଖରପୁର ପୁଲିସ୍‌କୁ ଖବର ଦେବାରୁ ପୁଲିସ୍‌ ଚିନୁକୁ ଥାନାକୁ ନେଇଥିଲା। ତେବେ ନିକଟସ୍ଥ ବସ୍ତିର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏହି ଘଟଣାକୁ ଥାନାରେ ରଫାଦଫା କରିବାକୁ ଉଦ୍ୟମ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର