ଯୁବକଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ବାଙ୍କୁଆଳ ଭୋଇସାହି ଅଞ୍ଚଳର ‌ଜଣେ ଯୁବକଙ୍କୁ କାଠ ପଟାରେ ଆକ୍ରମଣ କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ବାଙ୍କୁଆଳ ଭୋଇସାହି ଅଞ୍ଚଳର ସୁଦର୍ଶନ ଭୋଇ ଓରଫ ଡାକ(୪୦)କୁ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁଦର୍ଶନ ଏପରି ଆକ୍ରମଣ କରିଥିବା ପୁଲିସ କହିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ପୁଲସ ସୂଚନା ଅନୁଯାୟୀ, ୨୦୧୮ ଡିସେମ୍ବର ମାସରେ ଦୁଃଶାସନ ନଦୀ ବନ୍ଧରୁ ଘରକୁ ଫେରୁଥିବା ବେଳେ ଡାକ ଓ ତାର ସହଯୋଗୀମାନେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ହେଲେ ଡାକ ଫେରାର ହୋଇଯାଇଥିଲା। ରବିବାର ରାତିରେ ଡାକ ପୁଣି ଥରେ ଦୁଃଶାସନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲା। ଖବରପାଇ ପୁଲିସ ସେଠାରେ ପହଞ୍ଚି ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର