ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ

ନାବାଳିକାକୁ ଦୁଷ୍କର୍ମ, ଧରମ ବାପା‌ ଗିରଫ

ଭୁବନେଶ୍ୱର : ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌(୪) ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ସତ୍ୟରଞ୍ଜନ ପ୍ରଧାନ ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଜଟଣୀ ନୂଆସାହିର ପ୍ରମୋଦ କୁମାର ସାହୁ। କାରାଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ଅର୍ଥ ଅନାଦାୟ ଆହୁରି ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ଆଦେଶ ଦିଆଯାଇଛି। ୮ ଜଣ ସାକ୍ଷୀଙ୍କ ଜମାନବନ୍ଦୀ, ୨୦ ଦସ୍ତାବିଜ୍‌ ଓ ୮ଟି ଆସବାବପତ୍ର ଆଧାରରେ ଏହି ଦଣ୍ଡାଦେଶ ହୋଇଛି। ନୂଆସାହି ଗ୍ରାମ‌ ନିକଟରେ ଥିବା ପାହାଡ ଉପ‌ରେ ଗତ ୨୦୧୫ ମାର୍ଚ୍ଚ ୧୬ ତାରିଖରେ ଏହି ଅଘଟଣ ଘଟିଥିଲା। ୧୨ ବର୍ଷର ଜଣେ ନାବାଳିକା ଛେଳି ଚରାଇବା ପାଇଁ ପାହାଡ ଉପରକୁ ଯାଇଥିବା ବେଳେ ଅଭିଯୁକ୍ତ ପ୍ରମୋଦ ତାକୁ ପିଛା କରିଥିଲା। ସେଠାରେ ଏକୁଟିଆ ପାଇ ତାକୁ ଦୁଷ୍କର୍ମ କରିଥିଲା। ନାବାଳିକା ଘରେ ସମସ୍ତ ଘଟଣା କହିବା ପରେ ଜଟଣୀ ଥାନାରେ ଏ ନେଇ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତକୁ ଜାମିନ ମିଳି ନ ଥିବାରୁ ସେ ଅଦ୍ୟାବଧି ଜେଲ୍‌ରେ ରହିଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁବ୍ରତ ପ୍ରିୟଦର୍ଶୀ ମାମଲା ପରିଚାଳନା କରୁଥିଲେ।

India Today

ନାବାଳିକାକୁ ଦୁଷ୍କର୍ମ, ଧରମ ବାପା‌ ଗିରଫ
ଭୁବନେଶ୍ୱର : ସ୍ବାମୀଙ୍କୁ ଛାଡ଼ି ଆଉ ଜଣଙ୍କ ହାତ ଧରିଥିଲେ। ବୈଦିକ ନୀତିରେ ବିବାହ ନ ହେଲେ ମଧ୍ୟ ବର୍ଷେ ହେବ ରହୁଥିଲେ ଏକାଠି। ପାଖ‌ରେ ଥିଲା ୧୭ ବର୍ଷର ବଢ଼ିଲା ଝିଅ। ଯାହା ଉପରେ ନଜର ପକାଇଥିଲା ଧରମ ବାପା। ମା’ ଘରେ ନଥିବା ବେଳେ ଦୁଷ୍କର୍ମ କରିଥିଲା ଧରମ ବାପା। ମା’ ପର ପୁରୁଷର ହାତ ଧରିଥିବାରୁ ଧରମ ବାପା ଧମକରେ ଡରି ଯାଇଥିଲା ଝିଅ। ହେଲେ ବାରମ୍ବାର ଦୁଷ୍କର୍ମର ଶିକାର ହେବା ପରେ ଥାନାର ଦ୍ବାରସ୍ଥ ହୋଇଥିଲା ନାବାଳିକା କନ୍ୟା। ଅଭିଯୋଗ ପାଇବା ପରେ ଧରମ ବାପାକୁ ଗିରଫ କରିଛି ସହିଦନଗର ଥାନା ପୁଲିସ। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ସମ୍ପୃକ୍ତ ଧରମବାପା ଏହି ଅଞ୍ଚଳର ଏକ ବସ୍ତିରେ ରହୁଥିବା ବେଳେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଏକ ଜଳଖିଆ ଦୋକାନ କରିଛି। ସେ ଅବିବାହିତ ଥିଲା।

ସମ୍ବନ୍ଧିତ ଖବର