ବିଲେଇ ମୁଣ୍ଡକୁ ଗୁଳି କରି ହତ୍ୟା କରିବା ଘଟଣା : ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର : ବିଲେଇ ହତ୍ୟାକାରୀକୁ ଗିରିଫ କଲା ପୁଲିସ । ଗୁଳି କରି ବିଲେଇକୁ ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୁଲିସ । ଆଜି ସକାଳେ ନୟାପଲ୍ଲୀ ୟୁନିଟ-୪ ଅଞ୍ଚଳରେ ବିଲେଇ ମୁଣ୍ଡକୁ ଗୁଳି କରି ହତ୍ୟା କରିଥିଲେ ଜଣେ ଇଞ୍ଚିନିୟରିଂ ଛାତ୍ର । ମୃତ ବିଲେଇର ମାଲିକ ଓ ପିପୁଲ୍ସ ଫର ଆନିମଲ ସଦସ୍ୟ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ । ଆଉ ଉକ୍ତ ଏତଲା ବଳରେ କ୍ରୁଏଲ ଟୁ ଆନିମଲ ଆକ୍ଟ ଅନୁସାରେ ହତ୍ୟାକାରୀକୁ ଗିରଫ ପୁଲିସ ।

ତେବେ ଆଜି ସକାଳେ ଅତି ଅମାନବୀୟ, ବୀଭତ୍ସ, ବର୍ବର ଆଉ ନୃଶଂସତାର ସୀମା ପାର କରି ନିରୀହ ଜନ୍ତୁ ଉପରେ ନିଷ୍ଠୁରତାର ସବୁ ସୀମା ଟପି ପୁଷି ମାଉସୀ ମୁଣ୍ଡରେ ବନ୍ଧୁକର ଗୁଳି ଚଲାଇଥିଲେ ଯୁବକ । ବନ୍ଧୁକର ଗୋଟିଏ ଗୁଳିରେ ସେଇଠି ହିଁ ଟଳିପଡିଥିଲା ପୋଷା ବିଲେଇ । ଭୁବନେଶ୍ୱରରେ ବିଲେଇକୁ ଗୁଳି କରି ହତ୍ୟା କରିବା ଖବର ପ୍ରଚାର ପରେ ମଣିଷ ସମାଜକୁ ଲଜ୍ଜିତ କରିଥିଲା।

ତେବେ ରାଜଧାନୀର ୟୁନିଟ-୪ ଆଇଭିଏମ ୩୮ ନମ୍ବର କ୍ୱାର୍ଟର୍ସ ଆଗରେ ଆଜି ପୋଷା ବିଲେଇକୁ ଗୁଳି ହତ୍ୟା କରାଯାଇଥିଲା । ଘର ବାହାରେ ବିଲେଇକୁ ଗୁଳି ହତ୍ୟା କରାଯାଇଥିବା ମାଲିକ ଅଭିଯୋଗ କରିଥିଲେ । ତେବେ ମାଲିକଙ୍କ କହିବା ଅନୁସାରେ ଘର ବାହାରେ ଏକ ଗୁଳି ଫୁଟିବାର ଶବ୍ଦ ଶୁଣି ସେ ବାହାରକୁ ଆସିଥିଲେ । ଆଉ ପାଚେରୀ କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଲେଇ ଛଟପଟ ହେଉଥିବା ଦେଖିଥିଲେ । ଏହାପରେ ତୁରନ୍ତ ବିଲେଇକୁ ପରିବାର ଲୋକେ ଓୟୁଏଟିକୁ ନେଇଥିଲେ । ମାତ୍ର ଅଧିକ ଡେରି ହୋଇଯାଇଥିବାରୁ ରକ୍ତସ୍ରାବ ଯୋଗୁଁ ବାଟରେ ବିଲେଇର ପ୍ରାଣ ବାୟ ଉଡିଯାଇଥିଲା । ଆଉ ବିଲେଇକୁ ମୃତ ଘୋଷଣା କରାଯାଇଥିଲା ।

ସେପଟେ ବାଙ୍ଗାଲୋର ଯାଉଥିବା ସୁଶାନ୍ତ ପଟ୍ଟନାୟକ ପୋଷା ବିଲେଇକୁ ଗୁଳିମାଡ ଶୁଣି ବିମାନ ବନ୍ଦରରୁ ଫେରିଥିଲେ । ଆଉ ପାଖ ପଡୋଶୀ ବିଲେଇର ହତ୍ୟାକାରୀ ବୋଲି ସିଧାସିଧା ଅଭିଯୋଗ କରିଥିଲେ । ଜଣେ ଇଂଜିନିୟରିଂ ଛାତ୍ର ବିଲେକୁ ଗୁଳି କରି ହତ୍ୟା କରିଥିବା ମାଲିକ ଅଭିଯୋଗ କରିଥିଲେ । ଆଉ ବିଲେଇ ମୃତଦେହର ଏକ୍ସରେରୁ ଜଣାପଡିଥିଲା ଯେ ବିଲେଇ ମୃତ୍ୟୁ ଗୁଳିମାଡ କାରଣରୁ ହୋଇଛି । ମୁଣ୍ଡରେ ଏକ ଗଭୀର କ୍ଷତ ହିଁ ଗୁଳିମାଡ ଅନୁମାନକୁ ସ୍ପଷ୍ଟ କରିଛି ।

ତେବେ କଣ ପାଇଁ ଜଣେ ଏତେ ନିଷ୍ଠୁରଭାବେ ନିରୀହ ପୋଷା ପ୍ରାଣୀକୁ ଗୁଳି କରି ହତ୍ୟା କରିବ ? ଏ ପ୍ରଶ୍ନ ମନକୁ ଆସୁଥିଲେ ହେଁ ଏହା ପଛରେ ରୁଗ୍ଣ ମାନସିକତା ଥାଇପାରେ ବୋଲି ସନ୍ଦେହ କରାଯାଉଥିଲା । ତେବେ ଛାତ୍ର ଜଣଙ୍କ ଆଜି ନୁହେଁ ପୂର୍ବରୁ ମଧ୍ୟ ଅନେକ ବୁଲା କୁକୁର, ବିଲେଇ ଓ ଚଢେଇଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ତେଣୁ ଏ ବିଲେଇକୁ ସେ ହିଁ ମାରିଥାଇ ପାରନ୍ତି ବୋଲି ମାଲିକ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର