ଅଭିନେତା ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁଣାଇଲେ ୩ ମାସ ଜେଲ୍‌ ଦଣ୍ଡାଦେଶ

ମୁମ୍ବାଇ: ଠକେଇ ମାମଲାରେ ବଲିଉଡ୍‌ ଅଭିନେତା ରାଜପାଲ ଯାଦବଙ୍କୁ ୩ ମାସ ପାଇଁ ଜେଲ୍‌ ଦଣ୍ଡାଦେଶ ହୋଇଛି। ଦିଲ୍ଲୀ ହାଇକୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଟ୍ରାଏଲ୍‌ କୋର୍ଟରେ ଆପୋସ ବୁଝାମଣା କରିବାକୁ ଏକ ଚୁକ୍ତି ହୋଇଥିଲା। ଚୁକ୍ତି ପୂରଣ କରିବାକୁ ଧାର୍ଯ୍ୟ ହୋଇଥିବା ଅର୍ଥ ପ୍ରଦାନ ନକରିବାରୁ ରାଜପାଲଙ୍କୁ ୩ ମାସ ଧରି ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ।

ସୂଚନା ରହିଛି ଯେ ଏହି ମାମଲା ଚଳଚ୍ଚିତ୍ର ‘ଅତା ପତା ଲାପତା’ ସହ ଜଡ଼ିତ। ଏହି ଚଳଚ୍ଚିତ୍ରଟିକୁ ରାଜପାଲ ଯାଦବ ହିଁ ନିର୍ମାଣ କରିଥିଲେ। ଏହି ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ରାଜପାଲ ଯାଦବ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କଠାରୁ ୫ କୋଟି ଟଙ୍କାର ଋଣ ନେଇଥିଲେ। ଚଳଚ୍ଚିତ୍ରଟି ନିର୍ମାଣ ହୋଇ ରିଲିଜ୍‌ ବି ହୋଇଗଲା କିନ୍ତୁ ରାଜପାଲ ଯାଦବ ଆଣି ଥିବା ଋଣ ରାଶି ଆଉ ବେପାରୀଙ୍କୁ ଫେରାଇଲେ ନାହିଁ। ଏହି ମାମଲାରେ ବ୍ୟବସାୟୀ ଜଣକ ରାଜପାଲ ଯାଦବ, ତାଙ୍କ ପତ୍ନୀ ଓ ତାଙ୍କ କମ୍ପାନି ବିରୋଧରେ ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର