ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୈନପୁରୀ ଜିଲ୍ଲା ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଜଣେ ୬୦ ବର୍ଷୀୟ ମହିଳାଙ୍କ ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କାରଣ ମହିଳା ଜଣକ ହୃତଘାତର ଶିକାର ହୋଇଥିବା ବେଳେ ଡାକ୍ତର ରୋଗୀଙ୍କ ଚିକିତ୍ସା କରିବା ବଦଳରେ ଫୋନରେ ରିଲ୍ସ ଦେଖିବାରେ ବ୍ୟସ୍ତ ଥିଲେ। ଏହି ଘଟଣାର ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଏହାପରେ ସ୍ବାସ୍ଥ୍ୟବିଭାଗ ଓ ଡାକ୍ତରଙ୍କ ଅବହେଳାକୁ ନେଇ ଝଡ଼ ସୃଷ୍ଟି ହୋଇଛି।
ଅନ୍ୟ ଏକ ଖବର:ପ୍ଲାଷ୍ଟିକ୍ ବୋତଲରୁ ପାଣି ପିଉଥିଲେ ସାବଧାନ ! ଜଳ ସାଜିପାରେ ଜହର, ହୃଦୟ ପାଇଁ ହାନିକାରକ ।
ସୂଚନାଯୋଗ୍ୟ, ଗତମଙ୍ଗଳବାର ଦିନ ପ୍ରାୟ ୧୨ଟାରେ ପ୍ରବେଶ କୁମାରୀ (୬୦)ଙ୍କୁ ମୈନପୁରୀ ସରକାରୀ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା।
A 60-year-old woman, who suffered a heart attack, lay at the emergency ward of #Mainpuri district hospital for nearly 15 minutes and died while the doctor on duty allegedly "watched reels" on his mobile phone.
— The Times Of India (@timesofindia) January 29, 2025
More details 🔗 https://t.co/kHHcCrdzsw pic.twitter.com/4JAUX5PHyW
ପ୍ରବେଶ କୁମାରୀଙ୍କ ପୁଅ ଗୁରୁ ଶରଣ ସିଂହଙ୍କ କହିବା ଅନୁଯାୟୀ, ଡାକ୍ତର ଆଦର୍ଶ ସାଙ୍ଗର ରୋଗୀଙ୍କ ଚିକିତ୍ସା କରିବା ପରିବର୍ତ୍ତେ ନର୍ସ ଏବଂ କମ୍ପାଉଣ୍ଡରଙ୍କୁ ଦାୟିତ୍ୱ ଦେଇଥିଲେ। ମୁଁ ମା’ ପ୍ରବେଶଙ୍କ ଚିକିତ୍ସା ପାଇଁ ବାରମ୍ବାର ଅନୁରୋଧ କରିଥିବା ସତ୍ତ୍ୱେ ଡାକ୍ତର ଆଦର୍ଶ ତାଙ୍କ ଚେୟାରରେ ବସି ମୋବାଇଲ୍ ଫୋନରେ ରିଲ୍ସ ଦେଖିବାରେ ବ୍ୟସ୍ତ ଥିଲେ।
ମୁଁ ମା’ଙ୍କ ହାତ ଓ ଗୋଡ଼ ଘସିବାରେ ଲାଗିଥାଏ। ହଠାତ ମା’ଙ୍କ ପାଟିରୁ ରକ୍ତ ବାତହାରିଥିଲା ଆଉ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ଖବର ଶୁଣି ଡାକ୍ତର ମା’ଙ୍କ ପାଖକୁ ଆସିଥିଲେ ମୁଁ ତାଙ୍କୁ ଗାଳି କରିବାରୁ ସେ ମୋତେ ଶକ୍ତ ଚାପୁଡ଼ା ମାରିଥିଲେ।’
ଅନ୍ୟ ଏକ ଖବର :ଗୋଟାଏ ଦିନରେ ସନ୍ଥ କେମିତି ହୋଇଗଲେ? ପ୍ରଶ୍ନ କଲେ ବାବା ରାମଦେବ
ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମଦନ ଲାଲ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ କହିଛନ୍ତି, "ଏହି ମାମଲାର ତଦନ୍ତ ଚାଲିଛି। ଅଭିଯୋଗ ହୋଇଥିବା ଡାକ୍ତର ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମେ ଏକ ରିପୋର୍ଟ ଉଚ୍ଚ ଅଧିକାରୀଙ୍କୁ ପଠାଇଛୁ।"