ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ବିମାନରେ ଅଭିନେତ୍ରୀଙ୍କ ସହ ଅସଦାଚରଣ, ବ୍ୟବସାୟୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ବିମାନରେ ଅଭିନେତ୍ରୀଙ୍କୁ ଅସଦାଚରଣ କରିବା ଘଟଣାରେ ଗାଜିଆବାଦର ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି।

ପୁଲିସ ନିକଟରେ ପୀଡ଼ିତା ଅଭିନେତ୍ରୀ ଅଭିଯୋଗ କରିଥିଲେ କି, ସେ ଅକ୍ଟୋବର ୩ ତାରିଖରେ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା କରୁଥିଲେ। ଏହି ସମୟରେ ସେ ଜଣେ ଯୁବକଙ୍କ ଦ୍ବାରା ବିମାନ ଭିତରେ ଅସଦାଚରଣର ଶିକାର ହୋଇଥିଲେ।

ସେ ଯାତ୍ରା କରୁଥିବା ବିମାନଟି ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନେସନାଲ ଟର୍ମିନଲରେ ଓହ୍ଲାଇଥିଲା। ଏହି ସମୟରେ ସେ ବ୍ୟାଗ ବାହାର କରିବା ପାଇଁ ଓଭରହେଡ ଷ୍ଟୋରେଜ ଖୋଲିବା ପାଇଁ ସିଟରୁ ଉଠିଥିଲେ। ଏହି ସମୟରେ ସେଠାରେ ବସିଥିବା ଗାଜିଆବାଦର ଜଣେ ବ୍ୟବସାୟୀ ତାଙ୍କ ସହ ଅସଦାଚରଣ କରିଥିଲେ। ଏନେଇ ଅଭିନେତ୍ରୀ କେବିନ କ୍ରୁଙ୍କୁ ଏହି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ।

କେବିନ କ୍ରୁ ଅଭିନେତ୍ରୀଙ୍କୁ ମେଲରେ ଅଭିଯୋଗ କରିବାକୁ କହିଥିଲେ। ଏହାପରେ ଅଭିନେତ୍ରୀ ବିମାନରୁ ଓହ୍ଲାଇ ଥାନା ପହଞ୍ଚି ଅଭିଯୋଗ କରିଥିଲେ। ଏହାପରେ ପୁଲିସ ନିତିନ ନାମକ ଜଣେ ବ୍ୟକ୍ତିଙ୍କୁ ଏହି ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।

 

ସମ୍ବନ୍ଧିତ ଖବର