ଭାରତର ଜଣେ ହାକର୍ସଙ୍କର ଚାଞ୍ଚଲ୍ୟକର ଦାବି! ମାତ୍ର ୩ ସେକେଣ୍ଟ୍‌ ମଧ୍ୟରେ ଆଧାରକାର୍ଡକୁ କରିପାରନ୍ତି ହ୍ୟାକ୍‌

ନୂଆଦିଲ୍ଲୀ: ଆଧାର କାର୍ଡକୁ ନେଇ ପ୍ରତିଦିନ କିଛି ନା କିଛି ବିବାଦ ସାମ୍ମାକୁ ଆସୁଛି। ଖାସ୍‌ କରି ଟେଲିକମ୍‌ ରେଗୁଲେଟରୀ ଅଥୋରିଟି ଅଫ୍‌ ଇଣ୍ଡିଆ(ଟିଆରଏଆଇ)ର ମୁଖ୍ୟ ଆରଏସ୍‌ ଶର୍ମା ନିଜ ଆଧାର ନମ୍ବର ଜାରି କରି ସୋସିଆଲ୍‌ ମିଡିଆରେ ଚ୍ୟାଲେଞ୍ଜ ଦେବାକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ଲୋକଙ୍କ ମଧ୍ୟରେ ଆରଏସ୍‌ ଶର୍ମାକୁ ନେଇ ଭୁଲ୍‌ ତଥ୍ୟ ଦେବା ଭଳି କଥା ଉଠୁଛି ଏବଂ ଲୋକ ଆଧାରକୁ ସମ୍ପୁର୍ଣ୍ଣ ନିରାପଦ ବୋଲି କହୁଛନ୍ତି। ତେବେ ସୋମଦେବ ସାଙ୍ଗବାନ୍‌ ନାମକ ଜଣେ ବ୍ୟକ୍ତ ନିଜକୁ ଜଣେ ହ୍ୟାକର ବୋଲି କୁହନ୍ତି। ସେ ଇ-ଆଧାରର ପାସୱାର୍ଡକୁ ମାତ୍ର ୩ ସେକେଣ୍ଡରେ ହ୍ୟାକ୍‌ କରିଦେବା କଥା କହିଛନ୍ତି।

କେବଳ ଏତିକି ନୁହେଁ ନିଜ କଥାକୁ ସତ ସାବ୍ୟସ୍ତ କରିବା ପାଇଁ ସେ ନିଜ ବ୍ଲଗରେ ହ୍ୟାକର ସମ୍ପୂର୍ଣ୍ଣ ପ୍ରକ୍ରିୟାର ବିବରଣୀ ଦେଇଛନ୍ତି। ନିଜ ବ୍ଲଗରେ ସେ କହିଛନ୍ତି, କିଛି ଗଣିତ ଏବଂ ବୀଜଗଣିତ ମାଧ୍ୟମରେ ମୁଁ ଆଧାର ପାସୱାର୍ଡକୁ ହ୍ୟାକ୍‌ କରିପାରିବି। ସେ କହିଛନ୍ତି ସେ ହ୍ୟାକ୍‌ କରିବା ପାଇଁ କ୍ଲାସିକ୍‌ ବ୍ରୁଟ୍‌ ଫୋର୍ସ ପାସୱାର୍ଡ କ୍ରେକିଙ୍ଗ୍‌ ଟେକନିକର ବ୍ୟବହାର କରିପାରିବେ ଏବଂ ଅଭିଦାନ ସାହାଯ୍ୟରେ ସେ ସ୍ୱଳ୍ପ ସମୟରେ ପାସୱାର୍ଡକୁ ହ୍ୟାକ୍‌ କରିବା କଥା କହିଥିଲେ।

ସାଙ୍ଗବାନଙ୍କ କହିବାନୁସାରେ ଇ-ଆଧାର ପାସୱାର୍ଡ କୌଣସି ବ୍ୟକ୍ତିର ନାଁର ପ୍ରଥମ ଚାରି ଅକ୍ଷର ହୋଇଥାଏ କିମ୍ବା ଜନ୍ମତିଥି ହୋଇଥାଏ। ଏମିତିରେ ମୁଖ୍ୟ ପାସୱାର୍ଡ କମ୍ବିନେସନକୁ ଆଧାର କରି ମଧ୍ୟ ପ୍ରୟାସ କଲେ ଜଚ୍ଚଭ୍‌କୁ ୯୨ ବର୍ଷ ଲାଗିବ ହ୍ୟାକ୍‌ କରିବା ପାଇଁ। କିନ୍ତୁ ସାଙ୍ଗବାନ ଚାହିଁଲେ ମାତ୍ର ୫୩ ଦିନ ଭିତରେ ଏହି ପାସୱାର୍ଡକୁ ହ୍ୟାକ୍‌ କରିପାରିବେ। ତେବେ ଯଦି ୧୯୧୦ରୁ ଆଗକୁ କମ୍ବିନେସନ୍‌ ଥିବା ନମ୍ବରକୁ ଯଦି ହଟାଇ ଦିଆଯାଏ ତେବେ ୧୩ ଘଣ୍ଟା ମଧ୍ୟରେ ଇ-ଆଧାର ପାସୱାର୍ଡକୁ କ୍ରାକ୍‌ କରାଯାଇପାରିବ। ତେବେ ଏଭଳି ଖୋଲାଖୋଲି ଚ୍ୟାଲେଞ୍ଜକୁ ଏଲିୟଟ୍‌ ଏଲ୍‌ଡରସନଙ୍କ ଭଳି ଆଉ କେତେକ ସୁରକ୍ଷା ସଂସ୍ଥା ଗ୍ରହଣ କରିଛନ୍ତି। ତେବେ ଆଧାରର ଏଭଳି ବିବାଦକୁ ନେଇ ବିରୋଧି ଦଳ ନେତା ବିଜେପି ସରକାରକୁ ଏନେଇ ଉତ୍ତର ମାଗୁଛନ୍ତି।

ସମ୍ବନ୍ଧିତ ଖବର