ଦିଲ୍ଲୀ ବିମାନବନ୍ଦରରୁ ଗିରଫ ହେଲେ ଅଫ୍‌ଗାନୀ ନାଗରିକ, ମାଇକ୍ରୋଓଭେନ୍‌ ଏବଂ ମଗ୍‌ରେ ଲୁଚାଇ ନେଉଥିଲେ ୩.୫୯କୋଟି ଟଙ୍କା

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରୁ ଜଣେ ଅଫ୍‌ଗାନ ନାଗରିକକୁ ଗିରଫ କରିଛି ପୁଲିସ । ମାଇକ୍ରୋଓଭେନ୍‌ ଏବଂ ମଗ୍‌ରେ ସେ ୩.୫୯ଟଙ୍କା ଲୁଚାଇ ଦିଲ୍ଲୀରୁ ଦୁବାଇ ଯାଉଥିଲେ ଯୁବକ । କାହାକୁ ଜଣାପଡ଼ିବ ନାହିଁ ବୋଲି ଭାବି ଏପରି କରିଥିବା ବେଳେ ଶେଷରେ ସେ ପୁଲିସ ହାତରେ ଧରା ପଡ଼ି ଯାଇଥିଲେ । ରାଜସ୍ୱ ଗୋଇନ୍ଦା ବିଭାଗର ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ,ଏହା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ୧.୦୪ ମିଲିୟନ ବିଦେଶୀ ମୁଦ୍ରା ତସ୍କରୀ ଅଭିଯୋଗରେ ଅଭିଯୁକ୍ତ ଗିରଫ ହୋଇ ସାରିଛନ୍ତି ।

indianews

ସୂଚନା ମୁତାବକ, ୩.୫୯କୋଟି ଟଙ୍କା ନେଇ ଅଭିଯୁକ୍ତ ଦୁବାଇ ଯିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ । ଏ ବିଷୟରେ ଖବର ମିଳିବା ପରେ ରାଜସ୍ୱ ଗୋଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀମାନେ ଟର୍ମିନାଲ-୩ରେ ହିଁ ଅଭିଯୁକ୍ତକୁ କାବୁ କରି ନେଇଥିଲେ । ପରେ ଚେକିଂ କରାଯିବାରୁ ଅଭିଯୁକ୍ତଙ୍କ ପାଖରୁ ୩.୫୯ କୋଟି ଟଙ୍କା ମିଳିଥିଲା । ବ୍ୟାଗ୍‌ରେ ରଖା ଯାଇଥିବା ମାଇକ୍ରୋଓଭେନ୍‌ ଏବଂ ମଗ୍‌ ଭିତରେ ଟଙ୍କା ରଖାଯାଇଥିବା ଜଣା ପଡ଼ିଥିଲା । ତେବେ ଗିରଫ ହୋଇଥିବା ଅଭିଯୁକ୍ତର ନାଁ ପ୍ରକାଶ କରିବା ପାଇଁ ପୁଲିସ ରାଜି ହୋଇ ନଥିବା ବେଳେ ଅଭିଯୁକ୍ତକୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର