ତଲାକ୍‌ ଦେବା ପାଇଁ ତିନିବର୍ଷ ହେବ ପତ୍ନୀଙ୍କୁ ଖୋଜୁଥିଲେ ସ୍ୱାମୀ, ତା’ପରେ କ’ଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଚାଲି ଆସି ଭାରତରେ ବସବାସ କରୁଥିବା ପତ୍ନୀଙ୍କୁ ଖୋଜିବା ପାଇଁ ଆଫଗାନିସ୍ତାନର ମସୁଦ ମୋହମ୍ମଦ ୟାକୁବ ହାଇଦ୍ରାବାଦରେ ୪ ମାସ ରହିବା ପରେ ଏଥିରେ ସଫଳ ହୋଇଛନ୍ତି । ୨୦୧୫ରେ ପତ୍ନୀ ମସୁଦଙ୍କୁ ଛାଡ଼ି ଚାଲି ଆସିବା ପରେ ତାଙ୍କୁ ଆଇନ ଅନୁଯାୟୀ ତଲାକ୍‌ ଦେବାକୁ ଖୋଜୁଥିଲେ ବୋଲି ଜଣାପଡ଼ିଛି।

ମସୁଦ ମୋହମ୍ମଦ ୟାକୁବ ନିଜର ପତ୍ନୀ ଓ ପିଲାଙ୍କ ସାଥୀରେ ଆଫଗାନିସ୍ତାନରେ ବସବାସ କରୁଥିଲେ। ସେପ୍ଟେମ୍ବର ୨୦୧୫ରେ ମସୁଦଙ୍କ ପତ୍ନୀ ନିଲୋଫର ପିଲାଙ୍କ ସହିତ ଘର ଛାଡ଼ି ଚାଲି ଯାଇଥିଲେ। ସେ ମସୁଦଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ କି ସେ ତାଙ୍କ ପରିବାର ସହିତ କାନାଡାରେ ରହୁଛନ୍ତି। କିନ୍ତୁ ଏହା ମିଥ୍ୟା ପ୍ରମାଣିତ ହେଲା । ପତ୍ନୀଙ୍କୁ ମସୁଦ ପାଗଳ ଭଳି ଖୋଜିବାରେ ଲାଗିଥିଲେ। ମସୁଦ ଦୁଇବର୍ଷ ଧରି ବିଭିନ୍ନ ଏଜେନ୍ସି ଓ ପୁଲିସ ଷ୍ଟେସନ୍‌ରେ ଖବର ଦେବା ପରେ ଆଫଗାନିସ୍ତାନ ଦୂତାବାସକୁ ଘଟଣା ସମ୍ପର୍କରେ ଜଣାଇଥିଲେ କିନ୍ତୁ କୌଣସି ଲାଭ ମିଳି ନ ଥିଲା।

ଚାରି ମାସ  ପୂର୍ବେ ମସୁଦଙ୍କୁ ହାଇଦ୍ରାବାଦରୁ ଏକ ଫୋନ୍‌କଲ୍‌ ଆସିଥିଲା। ଫୋନ୍‌ କଲରେ ଜଣେ କହିଥିଲେ କି ନିଲୋଫର ହାଇଦ୍ରାବାଦର ତିଲୋଚୌକିରେ ରହୁଛନ୍ତି। ଏହାପରେ ପତ୍ନୀଙ୍କୁ ଖୋଜିବା ପାଇଁ ମସୁଦ ହାଇଦ୍ରାବାଦର ଗୋଲକୁଣ୍ଡା ପୁଲିସର ସହାଯ୍ୟ ଲୋଡ଼ିଥିଲେ। ଗୋଲକୁଣ୍ଡା ପୁଲିସ ମସୁଦଙ୍କୁ କହିଥିଲେ ନିଲୋଫର ଜଲାଉଦ୍ଦୀନ ଅକବରଙ୍କୁ ବିବାହ କରି ନେଇଛନ୍ତି।

ଏହା ପରେ ମସୁଦ ଆଫଗାନିସ୍ତାନ ଦୂତାବାସକୁ ପତ୍ର ଲେଖି କହିଥିଲେ କି ପତ୍ନୀ ମୋତେ ତଲାକ୍‌ ନ ଦେଇ ଅନ୍ୟ ଜଣେ ଭାରତୀୟଙ୍କୁ ବିବାହ କରି ନେଇଛନ୍ତି। ତାଙ୍କର ଏକ ସନ୍ତାନ ବି ଅଛି ବୋଲି ମୁଁ ଶୁଣିବାକୁ ପାଇଛି। କିନ୍ତୁ ମୋତେ ଜଣା ନାହିଁ ସେ ଦୁହେଁ ବିବାହ କରିଛନ୍ତି କି ନାହିଁ। ମୁଁ ତାଙ୍କୁ ଆଇନ ଅନୁଯାୟୀ ତଲାକ୍‌ ଦେଇ ମୋର ପିଲାକୁ ଘରକୁ ଆଣିବାକୁ ଚାହେଁ। ପତ୍ନୀଙ୍କୁ ଖୋଜିବା ପାଇଁ ୪ ମାସ ହେବ ମୁଁ ହାଇଦ୍ରାବାଦରେ ରହୁଛି।

କିଛିଦିନ ପରେ ମସୁଦଙ୍କ ପାଖକୁ  ଅକବରଙ୍କ ପତ୍ନୀଙ୍କ ଫୋନ୍‌ ଆସିଥିଲା। । ସେ ମସୁଦଙ୍କୁ କହିଥିଲେ କି ତାଙ୍କ ପତ୍ନୀ ରାଜେନ୍ଦ୍ର ନଗରରେ ଜଲାଉଦ୍ଦୀନ୍‌ ଅକବରଙ୍କ ସହିତ ରହୁଛି। ଏହାପରେ ରାଜେନ୍ଦ୍ର ନଗର ପୁଲିସ ନିଲୋଫର ଓ ତାଙ୍କର ପିଲାଙ୍କୁ କଷ୍ଟେଡିକୁ ନେଇଛନ୍ତି। ନିଲୋଫରଙ୍କ ପାଖରେ ନକଲି ଆଧାର କାର୍ଡ ଓ ଭୋଟର ଆଇଡି କାର୍ଡ ବି ରହିଛି । ନକଲି ଦସ୍ତାବିଜ ରଖିଥିବା ଅଭିଯୋଗରେ ନିଲୋଫରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର