ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀ ଏବେ ଆଉ ଏକ ଅପରାଧ ପାଇଁ ଚର୍ଚ୍ଚାରେ ରହିଛି। ପୂର୍ବରୁ ସାରା ବିଶ୍ବରେ ଦିଲ୍ଲୀରେ ଘଟିଥିବା ଗଣଦୁଷ୍କର୍ମର ଆଲୋଚନା ହୋଇଥିବା ବେଳେ ଏବେ ଜଣେ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ଆଲୋଚନାର ବିଷୟବସ୍ତୁ ପାଲଟିଛି। ୩ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ଜଣେ ପ୍ରେମିକ କିଭଳି ଏତେ ନୃଶଂସ ହୋଇପାରେ ବୋଲି ଲୋକେ ଚିନ୍ତା କରୁଛନ୍ତି। ଦିଲ୍ଲୀରେ ରହୁଥିବା ପ୍ରେମୀଯୁଗଳ ଶ୍ରଦ୍ଧା-ଅଫତାବଙ୍କ ପ୍ରେମ-ଧୋକା-ହତ୍ୟାର କାହାଣୀ ଏବେ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି।
ତେବେ ଏଇ କିଛି ଦିନର ଯାଞ୍ଚ ପରେ ଚଳିତ ବର୍ଷ ମେ’ ମାସରେ ଘଟିଥିବା ହତ୍ୟା ଘଟଣାକୁ ନେଇ ଅନେକ ତଥ୍ୟା ସାମ୍ନାକୁ ଆସିଛି। ଅଭିଯୁକ୍ତ ଅଫତାବ ପୁଲିସକୁ କହିଛି ଯେ, ହତ୍ୟା କରିବାର ୧୦ଦିନ ପୂର୍ବରୁ ହିଁ ଅଫତାବ ଶ୍ରଦ୍ଧାକୁ ମାରିଦେଇଥାନ୍ତା। କାରଣ ଘଟଣାର ୧୦ଦିନ ପୂର୍ବରୁ ଶ୍ରଦ୍ଧାଙ୍କ ସହ ଅଫତାବର ଝଗଡ଼ା ହୋଇଥିଲା। ଅଫତାବ ଅନ୍ୟ ମହିଳାଙ୍କ ସହ କଥା ହେଉଥିବା ସନ୍ଦେହ କରି ଶ୍ରଦ୍ଧା ଝଗଡ଼ା କରିଥିଲେ। ୩ବର୍ଷର ପ୍ରେମକୁ ବିବାହର ରୂପ ଦେବାକୁ ଚାହୁଁଥିଲେ ଶ୍ରଦ୍ଧା। ହେଲେ ଅଫତାବ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିବା ଜାଣି ଶ୍ରଦ୍ଧା ଭାଙ୍ଗିପଡ଼ିବା ସହ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହିଦିନ ହିଁ ଶ୍ରଦ୍ଧାଙ୍କୁ ହତ୍ୟା କରିବାକୁ ଭାବି ନେଇଥିଲା ଅଫତାବ। ହେଲେ ଶ୍ରଦ୍ଧା କାନ୍ଦୁଥିବା ଦେଖି ସେ ଅଟକିଯାଇଥିଲା। ହେଲେ ୧୦ଦିନ ପରେ ପୁଣି ଝଗଡ଼ା ହେବାରୁ ତଳେ ପକାଇ ଛାତି ଉପରେ ବସିବା ସହ ଶ୍ରଦ୍ଧାଙ୍କ ଗଳା ଚିପି ହତ୍ୟା କରିଥିଲା ଅଫତାବ।