ଲକ୍ଷ୍ନୌରେ ୧୧ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ ପରେ ହତ୍ୟା କଲେ ଅଭିଯୁକ୍ତ

ଲକ୍ଷ୍ନୌ : କିଛି ଦିନ ତଳେ ଅଲିଗଡ଼ରେ ଜଣେ ୩ବର୍ଷୀୟ ଶିଶୁ ସହ ଦୁଷ୍କର୍ମ ଏବଂ ପରେ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ହାଇ ଚଇ ସୃଷ୍ଟି ହୋଇଥିଲା । ଲୋକମାନେ ଏହି ମାମଲାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଫାଶି ଦଣ୍ଡ ଦିଆଯାଉ ବୋଲି ଦାବି କରିବା ଆରମ୍ଭ କରିଥିଲେ । ତେବେ ଏହି ମାମଲାର ସମାଧାନ ହୋଇ ନଥିବା ବେଳେ ଏବେ ହାମିରପୁର ଜିଲ୍ଲାରେ ପୁଣି ଏକ ଦୁଷ୍କର୍ମ ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି ।

Pakistan Today

୧୧ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ ପରେ ହତ୍ୟା ଏବଂ ପରେ ପାଖ ସ୍ମଶାନରେ ପୋଡ଼ି ଦିଆଯାଇଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏ ନେଇ ପୁଲିସକୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମର ଶରୀରର ବ୍ୟବଚ୍ଛେଦ କରିବା ପାଇଁ ବାହାରିଥିଲା । କିନ୍ତୁ ଗାଁ ଲୋକେ ସିବିଆଇ ତଦନ୍ତ ଦାବି କରି ମର ଶରୀରକୁ ଗାଁ ବାହାରକୁ ନେବା ପାଇଁ ଦେଇ ନଥିଲେ । ଜଣେ ବରିଷ୍ଠ ପୁଲିସ ଅଧିକାରୀ ବୁଝାଇବା ପରେ ଗାଁ ଲେକେ ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ନେବାକୁ ଦେଇଥିଲେ । ତେବେ ଘଟଣା ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ସମ୍ବନ୍ଧିତ ଖବର