ଚିତ୍ତୋର: ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଶନିବାର ଜିଳ୍ଲାର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଝଗଡ଼ା କରିବାରୁ ନିଜର ୩ ଜଣ ପୁଅଙ୍କୁ ନଦୀ ଭିତରକୁ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି।
ନଦୀରୁ ଉଦ୍ଧାର ହୋଇଥିବା ୩ ଜଣ ପୁଅଙ୍କ ମଧ୍ୟରୁ ଜଣଙ୍କ ବୟସ ୬ ବର୍ଷ, ଜଣଙ୍କ ବୟସ ୩ ବର୍ଷ ଏବଂ ଅନ୍ୟ ଜଣେ ୬ ମାସର କଅଁଳ ଶିଶୁ। ନଦୀରେ ସୋମବାର ସକାଳୁ ଏହି ୩ ଜଣ ପିଲାଙ୍କ ଶବ ଭାସମାନ ଅବସ୍ଥାରେ ଦୃଶ୍ୟମାନ ହୋଇଥିଲା ।
ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେବା ପରେ ପୁଲିସ୍ ଆସି ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ୩ ପୁଅଙ୍କୁ ନଦୀକୁ ଫିଙ୍ଗିଥିବା ନୃଶଂସ ବାପା ଭେଙ୍କଟେଶ ଘର ଛାଡ଼ି କେଉଁ ଆଡ଼େ ପଳାୟନ କରିଛି।
ଭେଙ୍କଟଶ ଓ ଅମରାବତୀଙ୍କଠାରୁ ଜନ୍ମ ନେଇଥିବା ଏହି ୩ ପୁତ୍ର ହେଉଛନ୍ତି ପୁନୀତ, ସଞ୍ଜୟ ଏବଂ ରାହୁଲ।
/sambad/media/post_attachments/wp-content/uploads/2018/08/dead-bodies-300x128.jpg)
ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅମରାବତୀ ହେଉଛନ୍ତି ଭେଙ୍କଟେଶର ଦ୍ୱିତୀୟ ପତ୍ନୀ। ପ୍ରଥମ ପତ୍ନୀଙ୍କର ୭ ବର୍ଷ ଧରି ପିଲା ନ ହେବାରୁ ସେ ଦ୍ୱିତୀୟ ବିବାହ କରିଥିଲା।
ମଦ୍ୟପ ଭେଙ୍କଟେଶ ରୀତିମତ ଭାବେ ଅମରାବତୀଙ୍କ ସହ କଳିଝଗଡ଼ା କରୁଥିଲା। କଳି ବଢ଼ି ଯିବାରୁ ଅମରାବତୀ ନିଜ ବାପାଘରକୁ ଚାଲି ଯାଇଥିଲା।
ରବିବାର ରାତିରେ ଭେଙ୍କାଟେଶ ନିଜ ଶଶୁର ଘରକୁ ଯାଇ ପତ୍ନୀକୁ ବଳପୂର୍ବକ ଘରକୁ ଫେରେଇ ଆଣିବାକୁ ଦାବି କରିଥିଲା । ପତ୍ନୀ ଅରାଜି ହେବାରୁ ଗଣ୍ଡଗୋଳ ବୃଦ୍ଧି ପାଇଥିଲା। ଫଳରେ ରାଗରେ ହିତାହିତ ଶୂନ୍ୟ ହୋଇ ୩ ପୁଅଙ୍କୁ ଆଣି ଗାଁ ପାଖ ନଦୀରେ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି।
ସେ ନିଜ ପୁଅମାନଙ୍କ ସହ ଏପରି କରିପାରିବେ ବୋଲି ମୁଁ କେବେ ବି କଳ୍ପନା କରିନଥିଲି ବୋଲି ଅମରାବତୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/dc-Cover-q1l8dtand75uqb9e0jq4csq386-20180806140939.Medi_.jpeg)