ଲକ୍ଷ୍ମୌ: ଉତ୍ତରପ୍ରଦେଶ ଏଟାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ମୃତ୍ୟୁକୁ ସହ୍ୟ କରି ନପାରି ଜୀବନ ହାରିଦେଇଛନ୍ତି। 

Advertisment

ଏହି ଦୁଃଖଦ ଘଟଣା ସକରୌଲି ଥାନା ଅଞ୍ଚଳର ନଗଲ ଭିସି ଗାଁରେ ଘଟିଛି। ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ସତେନ୍ଦ୍ର ଓରଫ ଭୋଲା ନାମ ଯୁବକ କାମ କରନ୍ତି। ଗତ ସୋମବାର ସେ ନାସିକରୁ ଫେରିଥିଲେ କିନ୍ତୁ ଘରେ ପହଞ୍ଚି ନଥିଲେ। 
ବିଳମ୍ବିତ ରାତିରେ ପୁଲିସକୁ ସୂଚନା ମିଳିଥିଲା କି ପୁନହୈ‌ରା ନିକଟରେ ଟ୍ରେନରେ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇ ଯାଇଛି। 

ଏସ୍‌ଏଚ୍ଓ ଡକ୍ଟର ସୁଧୀର ରାଘବ ଏହି ଖବର ପାଇବା ପରେ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତାଙ୍କ ମୋବାଇଲ୍ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ମୋବାଇଲରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିଲା। 

ଏଥିରେ ଯୁବକ ଜଣକ ତାଙ୍କ ପ୍ରେମିକାଙ୍କ ପାଇଁ ଜୀବନ ହାରି ଦେଉଥିବା କଥା ଉଲ୍ଲେଖ କରିଥିଲେ।  ପୁଲିସ ସଙ୍ଗେସଙ୍ଗେ ଘଟଣା ସମ୍ପର୍କରେ ଖବର ପାଇ ମୃତକଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ପୁଲିସ ଠାରୁ ଏହି ଦୁଃଖଦ ଘଟଣା ବିଷୟରେ ଖବର ପାଇ ପରିବାର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ମାମଲାର ତଦନ୍ତ ଚାଲିଛି। 

ପୁଲିସ ସୂତ୍ରରୁ ପ୍ରକାଶ, ମୃତ ଯୁବକଙ୍କ ପକେଟରୁ ମିଳିଥିବା ସୁଇସାଇଡ ନୋଟରୁ ସ୍ପଷ୍ଟ ଜଣାପଡୁଛି ଯେ ଯୁବକ ଜଣକ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଫେବୃଆରି ମାସରେ ଆଗ୍ରାରେ ଏକ ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ହୋଇ ଯାଇଥିଲା। ପ୍ରେମିକାଙ୍କ ମୃତ୍ୟୁକୁ ସେ ସହ୍ୟ କରି ପାରି ନଥିଲେ । ତେଣୁ ‌ସତେନ୍ଦ୍ର ଜୀବନ ହାରି ଦେଇଥିଲେ। ଏଥିସହିତ ସୁଇସାଇଡ ନୋଟରେ ଲେଖିଥିଲେ, ‘ ଏହି ଘଟଣାରେ ମୋ ପାଇଁ କେହି ଦାୟୀ ନୁହନ୍ତି ମୁଁ ନିଜ ପାଇଁ ନିଜେ ଦାୟୀ।’