୪୬ ବର୍ଷୀୟା ମହିଳାଙ୍କୁ ମନ୍ଦିରରେ ବିବାହ କରିଥିଲେ ୩୨ବର୍ଷୀୟ ଯୁବକ, ବିବାହ ପରେ ସ୍ତ୍ରୀ କହିଥିଲା; ନବବର୍ଷରେ ମୁଁ ତୁମକୁ ବଡ଼ ସର୍‌ପ୍ରାଇଜ୍‌ ଦେବି, ତା’ ପରେ ଘଟିଲା…

ଉଜ୍ଜୟିନୀ: ଜନୈକା ମହିଳା ନୃସିଂହପୁରରେ ରହୁଥିବା ଜଣେ ଯୁବକଙ୍କୁ ଠକି ଚାଲି ଯାଇଥିବା ଖବର ମିଳିଛି । ଏହି ଖବର ପ୍ରସାର ହେବା ପରେ ମହିଳାଜଣଙ୍କ ଯୁବକଙ୍କୁ କିଭଳି ଭାବରେ ଠକିଥିଲେ ସେ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ମହିଳାଜଣଙ୍କ ଯୁବକଙ୍କଠାରୁ ୧୪ବର୍ଷ ବଡ଼ ଥିଲେ । ଦୁହେଁ ମନ୍ଦିରରେ ପ୍ରେମ ବିବାହ କରିବା ପରେ ମହିଳା ଯୁବକଙ୍କୁ ନବବର୍ଷରେ ଏକ ବଡ଼ ସର୍‌ପ୍ରାଇଜ୍‌ ଦେବେ ବୋଲି କହିଥିଲେ । ଯାହାକୁ ଖୁବ୍‌ ଉତ୍ସାହର ସହ ଅନାଇ ବସିଥିଲେ ଯୁବକ । କିନ୍ତୁ ତାଙ୍କ ସହ କ’ଣ ଘଟିବାକୁ ଯାଉଛି, ସେ ବିଷୟରେ ତାଙ୍କୁ ଜଣା ନଥିଲା ।

ଜାନୁଆରି ୧,୨୦୧୯ ନବବର୍ଷ ଦିନ ମହିଳା ଯୁବକଙ୍କ ପାଖରେ ଥିବା ସମସ୍ତ ଟଙ୍କା ଏବଂ ସୁନା ଗହଣା ନେଇ ଫେରାର ହୋଇ ଯାଇଥିଲେ । ଧୋକା ଦେଇ ଚାଲି ଯାଇଥିବା ମହିଳାଙ୍କୁ ୧୯ଦିନ ହେଲାଣି ଖୋଜୁଛନ୍ତି ରାମସେବକ କୌରବ । ରାମସେବକ ଅଭିଯୁକ୍ତ ମହିଳାଙ୍କ ଘର ଘଟ୍ଟିଆରେ ପହଞ୍ଚିଥିବା ବେଳେ ତାଙ୍କ ଭାଇ ତାଙ୍କୁ ଘରୁ ବାହାର କରି ଦେଇଥିଲେ । ଏହା ସହ ଘଟ୍ଟିଆ ଥାନା ପୁଲିସ ମଧ୍ୟ ରାମସେବକଙ୍କୁ କୌଣସି ସାହାଯ୍ୟ କରି ନଥିବା ଜଣା ପଡ଼ିଛି ।

The Conversation

ରାମସେବକଙ୍କ କହିବା ଅନୁଯାୟୀ, ମୁଁ ଏକ ମେସ୍‌ରେ କ୍ୟାଟ୍‌ରିଂର କାମ କରୁଥିବା ବେଳେ ମହିଳାଜଣଙ୍କ ରୁଟି ତିଆରି କରିବା ଦାୟିତ୍ୱରେ ଥିଲେ । ସେ ମୋତେ ତାଙ୍କ ସ୍ୱାମୀ ମୃତ୍ୟୁବରଣ କରିଥିବା କଥା କହିବା ସହ ବଡ଼ ଭାଇଙ୍କ ସହ ରହୁଥିବା କଥା କହିଥିଲେ । କିଛି ଦିନ ପରେ ସେ ମୋ ଆଗରେ ବିବାହର ପ୍ରସ୍ତାବ ରଖିବା ପରେ ମୁଁ ତାଙ୍କ ପ୍ରସ୍ତାବ ସ୍ୱୀକାର କରି ନେଇଥିଲି । ବିବାହ ପରେ ଆମେ ଇନ୍ଦୋରରେ ଘର ନେଇ ରହିବାକୁ ଲାଗିଲୁ । ବିବାହ ସମୟରେ ସେ ମୋତେ ସର୍‌ପ୍ରାଇଜ୍‌ ଦେବା କଥା କହିଥିବା ବେଳେ ନବବର୍ଷରେ ସକାଳୁ ଉଠିବା ପରେ ଘରେ କୌଣସି ଜିନିଷ ନଥିବା ଦେଖିଥିଲି । ଘରେ ଥିବା ୫୦ହଜାର ଟଙ୍କା ଏବଂ ସୁନାଗହଣା କିଛି ନଥିବା ଦେଖି ମୁଁ ଅଭିଯୁକ୍ତ ମହିଳାଙ୍କ ସବୁ ଚାଲ ବୁଝି ପାରିଥିଲି ।

ସମ୍ବନ୍ଧିତ ଖବର