ସୋନା ମହାପାତ୍ରଙ୍କ ପରେ କୈଳାସ ଖେର୍‌ଙ୍କ ନାମରେ ଆଉ ଜଣେ କଣ୍ଠଶିଳ୍ପୀ ଆଣିଲେ ଯୌନ ଶୋଷଣ ଅଭିଯୋଗ

ମୁମ୍ବାଇ: ଯୌନ ଶୋଷଣ ସଂପର୍କରେ ଅନେକ ମହିଳା ନିଜର କାହାଣୀ କହୁଥିବା ବେଳେ ଏହି ଅଭିଯାନରେ ପ୍ରାୟତଃ ବଳି ପଡ଼ି ଯାଉଛନ୍ତି କେତେକ ନାମୀଦାମୀ ବ୍ୟକ୍ତିତ୍ୱ। ଅଭିଯୁକ୍ତଙ୍କ ତାଲିକାରେ ସୁବାଷ ଘାଇ, ରଜତ କପୁର, ଏବଂ ସଜିଦ୍‌ ଖାନ, ଅନ୍ନୁ ମଲ୍ଲିକ, ଆଲୋକ ନାଥ, ଚେତନ ଭଗତ, ନାନା ପାଟେକର ଆଦି ଚର୍ଚ୍ଚିତ ଚେହରାଙ୍କ ନାମ ରହିଛି।

ତେବେ ଏମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି କଣ୍ଠଶିଳ୍ପୀ କୈଳାସ ଖେର୍‌। କୈଳାସଙ୍କ ନାମରେ ଏକାଧିକ ଯୌନ ନିର୍ଯାତନା ମାମଲା ରହିଛି। କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ପରେ ଆଉ ଜଣେ ମହିଳା କଣ୍ଠଶିଳ୍ପୀ କୈଳାସଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

ଅଭିଯୋଗକାରୀ ମହିଳା ଜଣକ ମଧ୍ୟ ଜଣେ କଣ୍ଠଶିଳ୍ପୀ। କଣ୍ଠଶିଳ୍ପୀ ବର୍ଷା ସିଂହ ଧାନଓ୍ଵା କୈଳାସଙ୍କ ନାମରେ ଏକ ଭିଡିଓ ଜରିଆରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ‘ସେ ମୋତେ ବାରମ୍ବାର ଭେଟିବାକୁ ଚାହୁଁଥିଲେ। ସେ ମୋତେ ଭଲପାଇବାକୁ ଚାହାନ୍ତି ବୋଲି କହିକରି ମେସେଜ୍‌ କରନ୍ତି।’

ଏହି ଭିଡିଓରେ ବର୍ଷା କୈଳାସଙ୍କ ବ୍ୟତୀତ ତୋଶି ସାବ୍ରିଙ୍କ ବିରୋଧରେ ବି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ତୋଶି ଗୀତ ରେକର୍ଡିଂ ବାହାନାରେ ତାଙ୍କୁ ଗାଡ଼ିରେ ବସାଇ ତାଙ୍କୁ ମଦ୍ୟପାନ କରିବାକୁ ପ୍ରସ୍ତାବ ଦେଇଥିଲେ। ତା’ପରେ ସେ ତାଙ୍କ ଜଙ୍ଘରେ ହାତ ରଖିଥିଲେ।’

ସମ୍ବନ୍ଧିତ ଖବର