ମୁଜଫରନଗର: ଉତ୍ତରପ୍ରଦେଶରେ ଗଧିଆ, ଶୃଗାଳ ଏବଂ କୁକୁର ଆକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଥିବା ବେଳେ ବହୁ ସଂଖ୍ୟକ ଲୋକ ଏଥିରେ ଆହତ ହୋଇଥିବା ଖବର ମିଳଛି। ଏହି କ୍ରମରେ ଉତ୍ତରପ୍ରଦେଶର ମୁଜଫରନଗରର କୋତୱାଲି ଅଞ୍ଚଳର ରାମଲିଲା ଟିଲ୍ଲାର ଅଟେ। ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ରାସ୍ତାରେ ବୁଲିବୁଲିସ ଲୋକଙ୍କୁ କାମୁଡ଼ିଥିବା ନେଇ ଥାନାରେ ପୀଡ଼ିତ ଓ ପୀଡ଼ିତା ଅଭିଯୋଗ କରି କହିଛନ୍ତି। 

Advertisment

ଏହି ଘଟଣାକୁ ନେଇ ମୁଜଫରନଗରରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି। ନିକଟରେ ଉକ୍ତ ଯୁବକ ଜଣେ ମହିଳା ଓ ଶିଶୁକୁ କାମୁଡ଼ି କ୍ଷତାକ୍ତ କରିଛନ୍ତି। 

ସ୍ଥାନୀୟଙ୍କ ସାହାଯ୍ୟରେ ଉକ୍ତ କାମୁଡ଼ା ଯୁବକଙ୍କ ଠାରୁ ମହିଳା ଓ ଶିଶୁ ଉଦ୍ଧାାର ପାଇଥିଲେ। ଏମିତି କି ଯୁବକ ଜଣକ କୁକୁରକୁ କାମୁଡ଼ିବା ପାଇଁ ରାସ୍ତାରେ ଦୌଡ଼ି ଥିଲେ। ଏପରି ଭାବେ ସେ ୧୨ଜଣ ଲୋକଙ୍କୁ କାମୁଡ଼ି ଆହତ କରିଥିଲେ।
ବାଟଘାଟରେ ଯୁବକଙ୍କ ଏଭଳି ଉତପାତ ଦେଖି ସ୍ଥାନୀୟଲୋକ ଏକାଠି ହୋଇ ଯୁବକଙ୍କୁ ଦଉଡିରେ ବାନ୍ଧି ପୁଲିସ ଜିମା ଦେଇଥିଲେ।  

ପୁଲିସ ଯୁବକଙ୍କୁ ଧରି ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦେଇଛି। ସେଠାରେ ଯୁବକଙ୍କ ପ୍ରାଥମିକ ଚିକିତ୍ସା ପରେ ମେରୁଠ ମେଡିକାଲକୁ ପଠାଇ ଦିଆଯାଇଥିଲା। 

ଜିଲ୍ଲା ଡାକ୍ତରଖାନାର ଡାକ୍ତର କହିଛନ୍ତି ଯେ,’ ସେ ଯୁବକଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଛନ୍ତି ଏବଂ କହିଛନ୍ତି ଯୁବକ ଜଣକ ଅତ୍ୟଧିକ ମଦ୍ୟପାନ କରିବା ସହିତ ନିଶା ସେବନ କରନ୍ତି। ସବୁବେଳେ ମଦ୍ୟପାନ କରୁଥିବା ହେତୁ ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ଛାଡି ନିଜ ବାପଘରକୁ ଚାଲିଯାଇଛନ୍ତି। ଯୁବକଙ୍କୁ ନିଶା ମୁକ୍ତ କରିବା ପାଇଁ  ପରିବାର ସଦସ୍ୟ ତାଙ୍କୁ କିଛି ଔଷଧ ଖାଇବାକୁ ଦେଇଥିଲେ। ଯେବେ ଠାରୁ ସେ ଏହି ଔଷଧ ଖାଇଛନ୍ତି ସେହିଦିନ ଠାରୁ ତାଙ୍କର ଏଭଳି ସ୍ଭଭାବ ହୋଇଯାଇଛି।  
ଆମେ ଯୁବକଙ୍କ ଚିକିତ୍ସା ଜାରି ରଖି ତାଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରୁଛୁ।’