ଆଉ ଜଣେ ଡକାୟତ ଗିରଫ

ଭୁବନେଶ୍ୱର: ସତ୍ୟନଗର ଓଭରବ୍ରିଜ ଅଞ୍ଚଳରୁ ଡ଼କାୟତି ଉଦ୍ୟମ ଘଟଣାରେ ଖାରବେଳନଗର ଥାନା ପୁଲିସ ଗୁରୁବାର ୪ଜଣ ଡ଼କାୟତଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜେଣ ଡ଼କାୟତକୁ ଗିରଫ କରିଛି। ସେ ହେଲା ମାଳିସାହି ମସ୍‌ଜିଦ୍‌କଲେନି ଅଞ୍ଚଳର ସେକ୍‌ ଆଲିଆଜାମ୍‌ (୩୦)। ପୁଲିସ ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଆଲିଆଜାମ୍‌, ସୁଶାନ୍ତ, ସୁଦର୍ଶନ, ସାଗର, ବପି ଓ ସେମାନଙ୍କ ସହଯୋଗୀମାନେ ସତ୍ୟନଗର ଓଭରବ୍ରିଜ୍‌ ତଳେ ଥିବା ଏକ ଅନ୍ଧାରିଆ ଜାଗାରେ ବସି ଡ଼କାୟତି ପାଇଁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ସେମାନଙ୍କୁ କାବୁ କରିବା ପାଇଁ ଯୋଜନା ମୁତାବକ ପୁଲିସର ୨ଟି ଟିମ୍‌ ସେଠାରେ ଚଢ଼ାଉ କରି ସୁଶାନ୍ତ, ସୁଦର୍ଶନ, ସାଗର ଓ ବାକିକୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ, ଗୁଳି, ୨ଟି ବାଇକ୍‌, ୫ଟି ମୋବାଇଲ୍‌ ଫୋନ୍‌, ୨ଟି କଟୁରୀ ଓ କେତେକ ମାରଣାସ୍ତ୍ର ଜବତ କରିଥିଲା। ହେଲେ ଆଲିଆଜାମ୍‌ ଓ ଅନ୍ୟ ସହଯୋଗୀମାନେ ଘଟଣାସ୍ଥଳରୁ ଖସିପଳାଇଥିଲେ। ଆଜି ଆଲିଆଜାମ୍‌ ମସ୍‌ଜିଦ୍‌କଲୋନି ଘରେ ଥିବା ଖବର ପାଇ ସେଠାରେ ଚଢ଼ାଉ କରିଥିଲା। ସେଠାରୁ ତାକୁ ଗିରଫ କରିଥାନାକୁ ଆଣିବା ପରେ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର