ଖଣ୍ଡଗିରି: ହତ୍ୟା, ଡକାୟତି, ଦାଦାବଟି ଭଳି ବହୁ ସଂଗିନ୍ ମାମଲାରେ ସମ୍ପୃକ୍ତ ଦୁର୍ଦାନ୍ତ ମକରା ମହାରଣାକୁ କମିସନରେଟ୍ ପୁଲିସ ପୁଣି ଗିରଫ କରିଛି। ବୁଧବାର ବିଳମ୍ବିତ ରାତିରେ ଦାଦାବଟି ପାଇଁ ୨ ଜଣଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ମକରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଜେଲ୍ରେ ଥିବା ମକରା ପ୍ରାୟ ୧୫ ଦିନ ତଳେ ଜାମିନ୍ରେ ଆସିବା ପରେ ପୁଣି ଦାଦାବଟି ମାମଲାରେ ଆଜି ଜେଲ୍ ଯାଇଛି। ପୁଲିସ ସୂଚନାନୁସାରେ ବୁଧବାର ରାତି ପ୍ରାୟ ୧୧ଟାବେଳେ ବରମୁଣ୍ଡା ଗାଁର ଦେବଦତ୍ତ ସ୍ୱାଇଁଙ୍କୁ ମକରା ଦାଦାବଟି ମାଗିଥିଲା। ଦେବଦତ୍ତ ପ୍ରତିରୋଧ କରିବାରୁ ମକରା ତାଙ୍କୁ ଏକ ଚାପଡ଼ ଦେଖାଇ ଭୟଭୀତ କରିଥିଲା। ତେବେ ଦେବଦତ୍ତ ଡରି ନଯାଇ ପାଟି କରିଥିଲେ। ଠିକ୍ ଏତିକିବେଳ ଦେବଦତ୍ତଙ୍କ ସାନ ଭାଇ ସୁବ୍ରତ ଓ ତାଙ୍କ ସାଙ୍ଗ ଦେବୀପ୍ରସାଦ ଜେନା ସେହି ବାଟ ଦେଇ ଘରକୁ ଫେରୁଥିଲେ। ବଡ଼ଭାଇ ସହ ମକରା ଗଣ୍ଡଗୋଳ କରୁଥିବା ଦେଖି ସୁବ୍ରତ ବାଇକ୍ ଅଟକାଇ ମକରାକୁ ପ୍ରତିରୋଧ କରିଥିଲେ। ୩ ଜଣଙ୍କୁ ଦେଖି ମକରା ଖସିବା ପାଇଁ ଉଦ୍ୟମ କରିଥିଲା ଓ ଚାପଡ଼ରେ ହାଣି ପକାଇଥିଲା। ଫଳରେ ଦେବୀପ୍ରସାଦଙ୍କ କାନମୁଣ୍ଡାରେ ଗୋଟିଏ ଚୋଟ ବାଜିଥିବାବେଳେ ସୁବ୍ରତଙ୍କ ଦୁଇ ହାତରେ ଦୁଇ ଚୋଟ ବାଜିଥିଲା। ମକରା ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଖବର ପାଇ ପୁଲିସ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ପରେ ମକରାକୁ ଶତାବ୍ଦୀ ନଗରସ୍ଥିତ ତା ଘରୁ ଗିରଫ କରାଯାଇଥିଲା। ପୁଲିସ ସୂଚନାନୁସାରେ ମକରା ନାଁରେ ୧୮ରୁ ଅଧିକ ମାମଲା ରହିଛି। ଦୁଇ ଦୁଇଟି ହତ୍ୟା ମାମଲାରେ ସେ ଅଭିଯୁକ୍ତ।
ପୁଣି ଗିିରଫ ହେଲା ଦୁର୍ଦାନ୍ତ ମକରା
ନାଁରେ ଦେଢ଼ଡଜନ ମାମଲା ୨ ହତ୍ୟା, ୫ ଡକାୟତି, ୫ ଦାଦାବଟି ମାମଲା
/sambad/media/post_attachments/wp-content/uploads/2018/04/arjuna-makara.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)