ପାତ୍ରପୁର: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଗୁଣ୍ଡ୍ରା ଗ୍ରାମର ଜଣେ ଦିନ ମଜୁରିଆ ଅଜ୍ଞାତ ବ୍ୟକ୍ତିଙ୍କ ଫୋନ୍ କଲ୍ ରିସିଭ୍ କରିବା ସହ ବ୍ୟାଙ୍କ ଆକାଉଣ୍ଟ ବାବଦ ସମସ୍ତ ତଥ୍ୟ ଦେବା ପରେ ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପାଞ୍ଚ ଦିନ ଭିତରେ ୩ ଲକ୍ଷ ଟଙ୍କା ଗାଏବ୍ ହୋଇଯାଇଛି। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ, ଗୁଣ୍ଡ୍ରା ଗ୍ରାମର ଏନ.ଧର୍ମା। ଛତିଶଗଡ଼ରେ ଦିନ ମଜୁରିଆ ଭାବେ କାମ କରୁଥିବା ଧର୍ମା ନିଜ ସଞ୍ଚୟ ଅର୍ଥ ଜମା କରି ଆସୁଥିଲେ। ଗତ ଏକ ବର୍ଷ ହେଲା ସେ ଗାଁକୁ ଆସି ଆଉ ଛତିଶଗଡ଼ ଯାଇ ନଥିଲେ। ଗତ ୨୫ ତାରିଖରେ ତାଙ୍କ ମୋବାଇଲକୁ ଅଜଣା ନମ୍ବରରୁ କଲ୍ ଆସିଥିଲା। ସଂପୃକ୍ତ ବ୍ୟକ୍ତି ଜଣକ ତାଙ୍କୁ ଓଟିପି ନମ୍ବର ମାଗିଥିଲା। ଅଳ୍ପ ଶିକ୍ଷିତ ଧର୍ମା କିଛି ଜାଣି ନପାରି ନିଜର ଓଟିପି ନମ୍ବର ଦେଇଥିଲେ। ଆଉ ଗତ ୨୫ ତାରିଖ ଠାରୁ ୨୯ ତାରିଖ ମଧ୍ୟରେ ଧର୍ମାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟ କ୍ରମେ ୩ ଲକ୍ଷରୁ ଅଧିକ ଟଙ୍କା ଗାଏବ୍ ହୋଇ ଯାଇଥିଲା। ଟଙ୍କା ଉଠା ଯାଇଥିବା ନେଇ ମୋବାଇଲକୁ ମେସେଜ୍ ଆସିବାରୁ ଧର୍ମା ବ୍ରହ୍ମପୁର ଆସି ସାଇବର୍ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି।
ପୁଣି ସାଇବର୍ ଠକେଇ, ଦିନ ମଜୁରିଆଙ୍କ ୩ ଲକ୍ଷ ଗାଏବ
/sambad/media/post_attachments/wp-content/uploads/2018/11/cyber-crime-ph.jpg)