ପୁଣି ଲଭ, ସେକ୍ସ, ଧୋକ୍‌କା

ଭୁବନେଶ୍ୱର: ପୁଣି ପଦାକୁ ଆସିଛି ଲଭ୍‌..ସେକ୍ସ…ଧୋକ୍‌କା ଭଳି ଆଉ ଏକ ଅଭିଯୋଗ। ଏ ନେଇ ଯୁବତୀ ଜଣକ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି। କିନ୍ତୁ ପୁଲିସ ଏଯାଏ ଅଭିଯୁକ୍ତକୁ ଗିରଫ କରିବାର ସକ୍ଷମ ହୋଇ ପାରିନାହିଁ।
ପୁରୁଣା ଭୁବନେଶ୍ୱରର ସୁବୋଧ ନାୟକ ନାମକ ଜଣେ ଯୁବକ ସେହି ଅଞ୍ଚଳର ରଶ୍ମିତା( ଛଦ୍ମନାମ) ନାମକ ଜଣେ ଯୁବତୀଙ୍କୁ ପ୍ରେମ କରି ଆସୁଥିଲେ। ଏହି ସମୟରେ ଯୁବତୀଙ୍କ ସହିତ ତାଙ୍କର ସମ୍ପର୍କ ମଧ୍ୟ ସୃଷ୍ଟି ହୋଇଥିଲା। ଏପରିକି ୪ ମାସ ତଳେ ଉଭୟ କୋର୍ଟରେ ବିବାହ କରିଥିଲେ। ଉଭୟ ପୁରୁଣା ଭୁବନେଶ୍ୱରର କେଉଟ ସାହିରେ ଭଡ଼ା ଘର ନେଇ ରହୁଥିଲେ। ହଠାତ କିଛିଦିନ ତଳେ ସୁବୋଧ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବେ କହି ରଶ୍ମିତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ଏ ନେଇ ରଶ୍ମିତା ଓଡ଼ିଶା ନାରୀ ସଚେତନ ମଞ୍ଚ ମୁଖ୍ୟ ମଧୁମିତା ରଥଙ୍କ ନିକଟରେ ଅଭିଯୋଗ କରିଥିଲେ। ସଚେତନ ମଞ୍ଚ ପକ୍ଷରୁ ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର