ପୁଣି ଏକ ଅଶ୍ଳୀଳ ଭିଡିଓ ଭାଇରାଲ୍‌

ଭୁବନେଶ୍ୱର: ସୋସିଆଲ ମିଡିଆରେ ପୁଣି ଏକ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ହୋଇଛି। ୫, ୭ ଓ ୧୫ ସେକେଣ୍ଡର ସୁଟିଂ ହୋଇଥିବା ଏହି ଭିଡିଓଟିକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ର ଲ୍ୟାବ୍‌ର କାଚ ଫାଙ୍କ ଭିତରୁ କେହି ସୁଟିଂ କରିଛି। ଏହା ପରେ ଏହି ଭିଡିଓକୁ ଭାଇରାଲ କରାଯାଇଛି। ଯାହା ସୂଚନା ମିଳିଛି, ସେ ଭିଡିଓରେ ଥିବା ବ୍ୟକ୍ତି ଜଣକ ଉକ୍ତ ହସ୍ପିଟାଲ୍‌ ଲ୍ୟାବ୍‌ର ମୁଖ୍ୟ ଅଛନ୍ତି। ମହିଳା ଜଣକ ମଧ୍ୟ ସେହି ଲ୍ୟାବ୍‌ରେ କାମ କରନ୍ତି। ତେବେ କିଏ ଏବଂ କାହିଁକି ଦୁହିଁଙ୍କ ଏଭଳି ଅନ୍ତରଙ୍ଗ ସମୟର ଭିଡିଓକୁ ଭାଇରାଲ କଲା ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଥାନାରେ କୌଣସି ଅଭିଯୋଗ ବି ହୋଇନାହିଁ। ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ନ ଛାଡ଼ିବା ପାଇଁ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଆଡଭାଇଜାରି ଜାରି କରିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ୁନାହିଁ।

ସମ୍ବନ୍ଧିତ ଖବର