ଭୁବନେଶ୍ୱର: ଗତ ୧୦ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ୟୁନିଟ୍-୬ସ୍ଥିତ ସରକାରୀ ବାସଭବନକୁ ଗୋବର ଓ ଢେଲା ମାଡ଼ ଘଟଣାରେ କ୍ୟାପିଟାଲ ଥାନା ପୁଲିସ ଆଉ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲେ ଖଣ୍ଡଗିରି ସରକନ୍ତରା ଅଞ୍ଚଳର ବଳରାମ ଖୁଣ୍ଟିଆ(୨୪)। ଘଟଣା ଦିନ କ୍ୟାପିଟାଲ ଥାନା ପୁଲିସ ୪ଜଣ ବିଜେପି କର୍ମୀଙ୍କୁ ଗିରଫ କରିଥିବାବେଳେ ୧୧ ତାରିଖ ରାତିରେ ନୂଆପଲ୍ଲୀ ଅଞ୍ଚଳରୁ ପୁଣି ୨ଜଣ ନାବାଳକଙ୍କୁ ଗିରଫ କରିଥିଲା। ଆଜି ଖଣ୍ଡଗିରି ଅଞ୍ଚଳରୁ ବଳରାମଙ୍କୁ ମିଶାଇ ପୁଲିସ ଏପର୍ଯ୍ୟନ୍ତ ମୋଟ ୭ଜଣଙ୍କୁ ଗିରଫ କରିସାରିଛି। ପ୍ରକାଶ ଥାଉ କି, ୧୦ ତାରିଖ ଦିନ ସକାଳେ ୩୦ରୁ ଅଧିକ ବିଜେପି କର୍ମୀ ପାଣ୍ଡିଆନ୍ଙ୍କ ବାସଭବନକୁ ଧସେଇ ପଶି ଗୋବର ଓ ଢେଲା ମାଡ଼ କରିଥିଲେ। ସେମାନେ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହିତ ବାସଭବନରେ ବ୍ୟାପକ ଭଙ୍ଗାରୁଜା କରିଥିଲେ।
ପାଣ୍ଡିଆନଙ୍କ ବାସଭବନକୁ ଗୋବର ଓ ଢେଲା ମାଡ଼ ଘଟଣାରେ ଆଉ ଜଣେ ଗିରଫ
/sambad/media/post_attachments/wp-content/uploads/2018/02/arrested1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)