ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାଠାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦର ଏକ ଅଜବ କାରଣ ସାମ୍ନାକୁ ଆସିଛି। ଗୁଟଖା ଖାଇବା ଅଭ୍ୟାସ ହେତୁ  ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଥାନା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ପୁଲିସ ଏହି ମାମଲାକୁ ପରିବାର ପରାମର୍ଶ କେନ୍ଦ୍ରକୁ ସ୍ଥାନାନ୍ତର କରି ଦେଇଛି।

Advertisment

ସୂଚନାଯୋଗ୍ୟ, ଆଗ୍ରା ବସବାସ କରୁଥିବା ରାହୁଲ(ଛଦ୍ମନାାମ)ଙ୍କ ବିବାହ ରୁପାଲି(ଛଦ୍ମନାମ)ଙ୍କ ସହିତ ୨୦୨୨ମସିହାରେ ହୋଇଥିଲା। ଇତିମଧ୍ୟରେ ଉଭୟଙ୍କ ମଧ୍ୟ ଦୁଇଟି ସନ୍ତାନ ବାପା ଓ ମା’ ହୋଇସାରିଛନ୍ତି। ତେବେ ରାହୁଲଙ୍କ ଗୁଟଖା ଖାଇବା ଅଭ୍ୟାସ ପାଇଁ  ପ୍ରାୟତଃ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥାଏ। କହିକହି ସ୍ବାମୀ ଯେତେବେଳେ ଗୁଟଖା ଛାଡ଼ି ପାରିଲେ ନାହିଁ ଏହା କିପରି ଜିନିଷ ଚାଖିବା ପାଇଁ ରୁପାଲି ବି ତାକୁ ଖାଇବା ଆରମ୍ଭ କଲେ। ସ୍ବାମୀ ଘରେ ଛାଡ଼ି ଯାଇଥିବା ଗୁଟଖା ନଚେତ ରାତିଲେ ରାହୁଲ ଶୋଇପଡ଼ିବା ପରେ ତାଙ୍କ ପକେଟରୁ ବାହାର କରି ରୁପାଲି ଖାଇଥାଆନ୍ତି। ଏପରି କରୁକରୁ ରୁପାଲି ବି ଗୁଟଖା ଖାଇବା ଅଭ୍ୟାସରେ ପଡ଼ିଗଲେ। 

ସ୍ବାମୀ ରାହୁଲ ଏକଥା ଯେଉଁଦିନ ଜାଣିଲେ ସେ ରୁପାଲିଙ୍କ ଉପରେ ବିରକ୍ତ ହୋଇ ଗୁଟଖା ଖାଇବା ଛାଡ଼ିବାକୁ କହିଥିଲେ। କିନ୍ତୁ ଯେତେ ଚେଷ୍ଟା କରିଥିଲେ ବି ସ୍ତ୍ରୀ ଏହି ଅଭ୍ୟାସରୁ ନିବୃତ୍ତ ରହି ପାରିଲେ ନାହିଁ। ରାଗି ଯାଇ ରାହୁଲ ରୁପାଲିଙ୍କୁ ତାଙ୍କ ବାପାଘରେ ଛାଡ଼ି ଦେଇଥିଲେ। ଅନେକ ଦିନ ଧରି ରାହୁଲ ରୁପାଲିଙ୍କ ସହିତ କୌଣସି ପ୍ରକାର ଯୋଗଯୋଗ ରଖି ନଥିଲେ।  ଏହି କାରଣରୁ ରୁପାଲି ଥାନାର ଦ୍ବାରସ୍ଥ ହୋଇଥିଲେ।

ଥାନାରେ ରୁପାଲି ଦ୍ବାରସ୍ଥ ହେବାପରେ ପୁଲିସ ରାହୁଲଙ୍କୁ ଡକାଇଥିଲା। ଦୁହିଁଙ୍କୁ ସାମ୍ନାସାମ୍ନୀ ବସାଇ ପୁଲିସ ସମସ୍ତ ଘଟଣା ବିଷୟରେ ପଚାରି ବୁଝିଥିଲା। ସ୍ବାମୀ ରାହୁଲ କହିଥିଲେ ରୁପାଲିଙ୍କ ଗୁଟଖା ଖାଇବା ଅଭ୍ୟାସ ତାଙ୍କୁ ପସନ୍ଦ ନୁହେଁ। ତେଣୁ ସେ ସ୍ତ୍ରୀକୁ ବାପ ଘରେ ଛାଡ଼ି ଦେଇଥିଲେ।
ଏହାପରେ ରୁପାଲି କହିଥିଲେ, ‘ଏହି ଗୁଟଖା ଅଭ୍ୟାସ ତାଙ୍କ ସ୍ବାମୀଙ୍କ କାରଣରୁ ହୋଇଛି।