ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ, ଘଟଣାର ଭିଡିଓ କରିଲେ ଦୁଷ୍କର୍ମକାରୀ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର ଏତ୍ମାଦପୁର ଥାନା  ଅଞ୍ଚଳରେ ତିନିଜଣ ଯୁବକ ବାଇକରେ ଘରକୁ ଯାଉଥିବା ଦମ୍ପତିଙ୍କୁ ଅଟକାଇ ମହିଳାଙ୍କୁ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିଥିଲେ। ଏଥିସହିତ ଦୁଷ୍କର୍ମ ଘଟଣାର ଭିଡିଓ ମଧ୍ୟ କରିଥିଲେ। ଏହି ଘଟଣା ସମ୍ପର୍କରେ ପୁଲିସରେ ଅଭିଯୋଗ କଲେ ଦମ୍ପତିଙ୍କୁ ହତ୍ୟା କରିବାକୁ ଧମକ ବି ଦେଇଥିଲେ ଦୁଷ୍କର୍ମକାରୀ।

ଏହି ଅଭାବନୀୟ ଘଟଣା ଆଗ୍ରା ଜିଲ୍ଲାର ଏତ୍ମାଦପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ପୀଡିତ ଦମ୍ପତି ଗତ ସୋମବାର ସନ୍ଧ୍ୟା ୬ଟା ବେଳେ ବାଇକରେ ଯାଉଥିଲେ। ଠିକ୍ ଏହି ସମୟରେ ବୁଲେଟରେ ତିନିଜଣ ଆସି ଦୁହିଁଙ୍କୁ ଅଟକାଇ ଥିଲେ। ସ୍ବାମୀଙ୍କୁ ମାଡ ମାରିବା ସହିତ ତାଙ୍କୁ ବନ୍ଧକ ରଖି ସ୍ତ୍ରୀକୁ ଜଙ୍ଗଲ ଭିତରକୁ ଟାଣି ନେଇଥିଲେ । ସ୍ବାମୀଙ୍କ ସାମ୍ନାରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ସହିତ ଘଟଣାର ଭିଡିଓ ରେକର୍ଡିଂ ବି କରିଥିଲେ ଦୁଷ୍କର୍ମକାରୀ। ଏଥିସହିତ ସ୍ବାମୀ-ସ୍ତ୍ରୀ ଦୁହେଁ ପିନ୍ଧିଥିବା ଅଳଙ୍କାର ସମେତ ପାଖରେ ଥିବା ୧୦ହଜାର ଟଙ୍କା ଲୁଟି ନେଇଥି‌ଲେ ।

Rape Woman Stock Photos And Images - 123RF

ଘଟଣା ପରେ ପୀଡିତା ତାଙ୍କ ବାପ ଘରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସେ ହେଲ୍ପଲାଇନରେ ଫୋନ୍ କରିଥିଲେ। ଏହାପରେ ଯେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ସେ ପୁଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଅଭିଯୁକ୍ତଙ୍କୁ ଖୋଜିବା ସହିତ ପ୍ରମାଣ ସଂଗ୍ରହ କରୁଛି। ପ୍ରମାଣ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର