ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ନିଜ ଭାଇକୁ ଦୁଇ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଇଟା ଭାଟିରୁ ହୋଇଥିବା ଲାଭକୁ ବଣ୍ଟାଯିବା ସମୟରେ ଝଗଡ଼ା ହେବା ପରେ ଏଭଳି ହତ୍ୟାକାଣ୍ଡ ଘଟିଛି। ମଙ୍ଗଳବାର ଏ ନେଇ ସୂଚନା ମିଳିବା ପରେ ଇରାଦତନଗର ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ରମନରେଶ ଓ ଦିୱାନ ସିଂହ।
/sambad/media/post_attachments/9c0192066ddcdc18345ba2a19d83fde5f2f8fabbfd984c11592e52688fd3e78f.jpeg)
ସୂଚନା ମୁତାବକ, ଇଟା ଭାଟି ୩ଭାଇଙ୍କର ହୋଇଥିବା ବେଳେ ସେଥିରୁ ହୋଇଥିବା ଲାଭର ଭାଗବଣ୍ଟାକୁ ନେଇ ୩ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯାହାପରେ ରମ ନରେଶ ଓ ଦିୱାନ ସିଂହ ମିଶି ପୁରଣ ସିଂହଙ୍କ ଗଳା କାଟି ହତ୍ୟା କରିଥିଲେ। କିଛି ଦିନ ନିଜର ଚାଷ ଜମିରେ ଲୁଚାଇ ରଖିବା ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ପୂରା ପରିବାର ହତ୍ୟା ଘଟଣା ବିଷୟରେ ଜାଣିବାକୁ ପାଇଥିଲା। ଯାହା ପରେ ଦୁଇ ଅଭିଯୁକ୍ତ ପୁଲିସକୁ ନ ଜଣାଇ ଅନ୍ତିମ ସଂସ୍କାର କରିବା ପାଇଁ ପରିବାରକୁ ରାଜି କରାଇଥିଲେ। କିନ୍ତୁ ଗାଁର ମୁଖିଆଙ୍କ ପାଇଁ ପୂରା ଘଟଣା ସାମ୍ନାକୁ ଆସିଥିଲା।