ଆଗ୍ରା ଯୁବକଙ୍କ ଲାଇଭ୍‌-ଷ୍ଟ୍ରିମ୍‌ ସୁଇସାଇଡ୍‌ ଦେଖିଲେ ୨, ୭୫୦ ଲୋକ, କିନ୍ତୁ ଜଣେ ହେଲେ ପୁଲିସକୁ ଡାକିଲେ ନାହିଁ

ଆଗ୍ରା: ୫ ଥର ଉଦ୍ୟମ କରି ଭାରତୀୟ ସେନାରେ ଯୋଗ ଦେବା ପାଇଁ ଅଯୋଗ୍ୟ ହେବାରୁ ଜଣେ ୨୪ ବର୍ଷିୟ ଯୁବକ ବୁଧବାର ସକାଳେ ଫେସ୍‌ବୁକ୍‌ରେ ଲାଇଭ୍‌-ଷ୍ଟ୍ରିମ୍‌ ସୁଇସାଇଡ୍‌ କରିଥିଲେ।

ମୁନ୍ନା କୁମାର ନାମକ ସେ ଯୁବକ ଜଣେ ବିଜ୍ଞାନ ସ୍ନାତକ ଓ ତାଙ୍କ ଘର ନୂଆ ଆଗ୍ରା ଥାନା ଅଧୀନ ଶାନ୍ତି ନଗର ଠାରେ। ବୁଧବାର ପ୍ରତ୍ୟୁଷରେ ରଶି ଲଗାଇବା ପୂର୍ବରୁ ଫେସ୍‌ବୁକ୍‌ରେ ୧: ୦୯ ମିନିଟ୍‌ର ଭିଡିଓରେ ସେ ସ୍ୱୀକାରୋକ୍ତି କରିଥିଲେ। ଏହାକୁ ୨, ୭୫୦ ଜଣ ଲୋକ ଦେଖୁଥିଲେ ମଧ୍ୟ କେହି ତାଙ୍କ ପରିବାର ଲୋକଙ୍କୁ ଜଣାଇଲେ ନାହିଁ।

ସେ ୬ ପୃଷ୍ଠା ସମ୍ବଳିତ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଛାଡ଼ି ଯାଇଛନ୍ତି। ସେଥିରେ ସେ ଲେଖିଛନ୍ତି କି, ସେନା ପ୍ରବେଶିକା ପରୀକ୍ଷାରେ ସଫଳତା ନ ପାଇ ବାପାମାଆଙ୍କୁ ନିରାଶ କରିଥିବାରୁ ସେ ନିଜକୁ ନିଜ ଦୋଷୀ ମଣିଛନ୍ତି।

ମୁନ୍ନଙ୍କ ପରିବାର ସୂତ୍ରରୁ ପ୍ରକାଶ ଯେ ସେ ଭଗତ ସିଂହଙ୍କ ଦ୍ୱାରା ଉଦ୍‌ବୁଦ୍ଧ ହୋଇ ସେନାରେ ଯୋଗ ଦେବାକୁ ଚାହୁଁଥିଲେ।

ସମ୍ବନ୍ଧିତ ଖବର