ନିଜକୁ ଗୁଗୁଲର ଏଚଆର ମ୍ୟାନେଜର କହି ୫୦ରୁ ଅଧିକ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା ଏହି ଯୁବକ

ନୂଆଦିଲ୍ଲୀ: ଅହମ୍ମଦାବାଦ ସାଇବର କ୍ରାଇମ ବ୍ରାଞ୍ଚ ଜଣେ ଏପରି ଜଣେ ଅଭିଯୁକ୍ତକୁ ଗିରଫ କରିଛି ଯିଏକି ଏଯାବତ ୫୦ରୁ ଅଧିକ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଏହି ଅଭିଯୁକ୍ତ ଜଣକ ନିଜକୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ) ଅହମ୍ମଦାବାଦରୁ ଉତ୍ତୀର୍ଣ୍ଣ ହୋଇଥିବା ବୋଲି ଦାବି କରୁଥିଲା। ସେ ମାଟ୍ରିମୋନିଅଲ ସାଇଟରେ ଅଲଗା ଅଲଗା ନାମରେ ନିଜର ଆଇଡି ଖୋଲି ନିଜକୁ ଗୁଗୁଲର ଏଚଆର ମ୍ୟାନେଜର ବୋଲି ଦର୍ଶାଇ ଯୁବତୀଙ୍କୁ ନିଜ ଜାଲରେ ଫସାଉଥିଲା। କେବଳ ଏତିକି ନୁହେଁ, ତାର ବାର୍ଷିକ ଦରମା ୪୦ଲକ୍ଷ ବୋଲି ବି ସେଥିରେ ସୂଚିତ କରିଥିଲା।

ଅଭିଯୁକ୍ତ ପ୍ରଥମେ ହାଏ ପ୍ରୋଫାଇଲ ଯୁବତୀଙ୍କୁ ସମ୍ପର୍କ କରିଥାଏ। ଏହାପରେ ନିଜର ପରିବାରର ମା’ ଓ ବାପାଙ୍କ ଫଟୋ ଦେଖାଇ ଯୁବତୀଙ୍କ ବିଶ୍ବାସ ଜିତିଥାଏ। ଯୁବତୀମାନଙ୍କୁ ମିଠାମିଠା କଥାରେ ଫସାଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହିତ ଟଙ୍କା ବି ଲୁଟି ନେଇଥାଏ ଏହି ଅଭିଯୁକ୍ତ। ଏହାପରେ ଫୋନ ସୁଇଜ ଅଫ କରି ଯୋଗଯୋଗ ଆଉ ରଖି ନଥାଏ। ଗୋଟିଏ ପରେ ଗୋଟିଏ ଏପରି ୫୦ରୁ ଅଧିକ ଯୁବତୀଙ୍କୁ ସେ ନିଜ ଜାଲରେ ଫସାଇଥିଲା।

ଜଣେ ଯୁବତୀଙ୍କ ଅଭିଯୋଗ କ୍ରମେ ଅହମ୍ମଦାବାଦ ପୁଲିସର ସାଇବର ସେଲ ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତର ପ୍ରକୃତ ନାମ ସନ୍ଦୀପ ଶମ୍ଭୁନାଥ ମିଶ୍ରା ବୋଲି ଜଣାପଡ଼ିଛି। ସେ ବିଭିନ୍ନ ମାଟ୍ରିମୋନିଆଲ ସାଇଟରେ ବିହାନ ଶର୍ମା, ପ୍ରତୀକ ଶର୍ମା, ଆକାଶ ଶର୍ମା ଭଳି ଏମିତି ଅନେକ ନାମରେ ପ୍ରୋଫାଇଲ ଖୋଲିଥିଲା।

ପୁଲିସ ଅଭିଯୁକ୍ତ ସନ୍ଦୀପ ଶମ୍ଭୁନାଥ ମିଶ୍ରା ଠାରୁ ୩୦ରୁ ଅଧିକ ସିମ କାର୍ଡ, ୪ଟି ଫୋନ ଜବତ କରିଛି। ଯୁବକ ଜଣକ ଅହମ୍ମଦାବାଦ ଉଜ୍ଜୈନ, ଗ୍ବାଲିୟର, ଗୋଆ, ଛତିଶଗଡ଼ ସମେତ ଅନେକ ରାଜ୍ୟର ଯୁବତୀଙ୍କୁ ନିଜର ଜାଲରେ ଫସାଇ ଥିଲା।

ସମ୍ବନ୍ଧିତ ଖବର