ଫେସ୍‌ବୁକ୍‌ରେ  ଭିଡିଓ ପୋଷ୍ଟ କଲେ ଯୁବକ:  ଯଦି ମୋର ହତ୍ୟା ହୁଏ, ତେବେ ମୋ ସ୍ତ୍ରୀ, ତାଙ୍କ ପ୍ରେମିକ ଏବଂ ପୁଲିସ ଦାୟୀ ରହିବେ 

ଅହମଦାବାଦ୍‌ : ଅହମଦାବାଦ୍‌ର ଚାନ୍ଦଖେଡ଼ା ଅଞ୍ଚଳରେ ରହୁଥିବା ଜଣେ ଯୁବକ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡ଼ିଆରେ ଚାଞ୍ଚଲ୍ୟକର ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଲେଖିଥିବା ବେଳେ ଯଦି ତାଙ୍କ ସହ ଭବିଷ୍ୟତରେ କିଛି ଘଟୁଛି ତେବେ ସେଥିପାଇଁ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ଦାୟୀ ରହିବେ ବୋଲି ଲେଖିଛନ୍ତି । ଅଶ୍ଚର୍ଯ୍ୟ କଥା ହେଲା, ଯୁବକ ଜଣଙ୍କ ଏଥିପାଇଁ ପୁଲିସକୁ ମଧ୍ୟ ଦାୟୀ କରିଛନ୍ତି ।

Divya Bhaskar

ସେ ଲେଖିଥିବା ପୋଷ୍ଟ ଅନୁଯାୟୀ, ଫେବୃଆରି ୨୫, ୨୦୧୮ରେ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ଅସଞ୍ଜତ ଅବସ୍ଥାରେ ଧରା ପଡ଼ିଥିଲେ । ପୁଲିସ ଦୁଇ ଜଣଙ୍କୁ  ଧରିଥିଲେ ମଧ୍ୟ ସେମାନଙ୍କ  ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ଏବେ ଚିନ୍ତନ ମାଲିଙ୍କ ସ୍ତ୍ରୀର ପ୍ରେମିକ ତାଙ୍କୁ ହତ୍ୟା ଧମକ ଦେଉଥିବା ବେଳେ ଏ ନେଇ ସେ ପୁଲିସରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ତାଙ୍କ ଅଭିଯୋଗ ରଖି ନ ଥିଲେ ବୋଲି ସେ ପୋଷ୍ଟରେ ଲେଖିଥିବା ଦେଖିବାକୁ ମିଳିଛି । ପୁଲିସ ମୋ ସହ ଖେଳ ଖେଳୁଛି । ସେମାନଙ୍କ ସହ ମିଶି ମୋତେ ଫସେଇବାକୁ ଚେଷ୍ଟା କରୁଛି । ଏକ ସାଧା କାଗଜରେ ମୋର ଦସ୍ତଖତ ନେବା ସହ କରିଥିବା ଅଭିଯୋଗକୁ ଫେରାଇ ନିଅ ବୋଲି ମୋ ଉପରେ ଚାପ ସୃଷ୍ଟି କରୁଛି ପୁଲିସ । ମୋ ବିରୋଧରେ ଷଡ଼ଯନ୍ତ୍ର ରଚା ଯାଉଥିବାର ଏକ ଭିଡ଼ିଓ ମୁଁ ପୁଲିସକୁ ଦେଇଥିଲେ ମଧ୍ୟ ପୁଲିସ ଏ ପର୍ଯ୍ୟନ୍ତ କୌଣସି ତଦନ୍ତ ଆରମ୍ଭ କରି ନାହିଁ । ଯାହା ପାଇଁ ମୋ ସ୍ତ୍ରୀର ସାହାସ ବଢ଼ିବା ସହ ଜୁନ୍‌ ୧୪ରେ ମୋ ସ୍ତ୍ରୀ କିଛି ଅଜଣା ଯୁବକଙ୍କୁ ଆଣି ମୋତେ ମାଡ଼ ମଧ୍ୟ ମାରିଥିଲେ । ଯଦି ଆଗକୁ ମୋ ସହ କିଛି ହୁଏ ତେବେ ଏଥି ପାଇଁ ମୋ ସ୍ତ୍ରୀ, ତାଙ୍କ ପ୍ରେମିକ ଏବଂ ପୁଲିସ ଦାୟୀ ରହିବେ ବୋଲି ଚିନ୍ତନ ଫେସ୍‌ବୁକ୍‌ରେ ଲେଖି ପୋଷ୍ଟ କରିଛନ୍ତି ।

ସମ୍ବନ୍ଧିତ ଖବର