ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କ ଉପରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ଏବଂ ତାଙ୍କ ପତ୍ନୀ, ଯିଏ ନିଜେ ଜଣେ ସ୍କ୍ୱାର୍ଡନ ଲିଡର, ତାଙ୍କ ସହ ମଧ୍ୟ ଆକ୍ରମଣକାରୀମାନେ ଅସଦାଚରଣ କରିଥିବା ଜଣାଯାଇଛି। ଦମ୍ପତି ବିମାନବନ୍ଦର ଅଭିମୁଖେ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା।
ସୂଚନା ଅନୁଯାୟୀ, ୱିଙ୍ଗ କମାଣ୍ଡର ବୋଷ ଏବଂ ତାଙ୍କ ପତ୍ନୀ ସ୍କ୍ୱାଡ୍ରନ୍ ଲିଡର ମଧୁମିତା ବେଙ୍ଗାଲୁରୁର ସିଭି ରମଣ ନଗରରେ ଅବସ୍ଥିତ ଡିଆରଡିଓ କଲୋନିରୁ ବାହାରି ବିମାନବନ୍ଦର ଆଡ଼କୁ ଯାଉଥିଲେ। ମଧୁମିତା ଗାଡ଼ି ଚଳାଉଥିଲେ। ଏହି ସମୟରେ ଜଣେ ବାଇକ୍ ଚାଳକ ତାଙ୍କ ଗାଡ଼ିକୁ ଅଟକାଇ କନ୍ନଡ ଭାଷାରେ ଗାଳି କରିବା ଆରମ୍ଭ କରିଥିଲେ। ୱିଙ୍ଗ କମାଣ୍ଡର ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ବି ଭିଡ଼ ବଢ଼ିବା ସହ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା। ଅଭିଯୁକ୍ତମାନେ ମଧୁମିତାଙ୍କୁ ଗାଳି କରିବାରୁ ୱିଙ୍ଗ କମାଣ୍ଡର ସହି ନପାରି ଗାଡ଼ିରୁ ବାହାରକୁ ଆସିଥିଲେ। ଏହି ସମୟରେ ଅଭିଯୁକ୍ତ ବାଇକ୍ ଚାବିରେ ତାଙ୍କୁ ଆକ୍ରମଣ କରିଥିଲା, ଯାହାଦ୍ବାରା ତାଙ୍କ କପାଳରେ ଆଘାତ ଲାଗିଥିଲା। ଏହା ପରେ କିଛି ଅଭିଯୁକ୍ତ ୱିଙ୍ଗ କମାଣ୍ଡରଙ୍କ ଉପରକୁ ପଥର ଫିଙ୍ଗିଥିଲେ।
ୱିଙ୍ଗ କମାଣ୍ଡର ଭିଡିଓରେ କହିଛନ୍ତି ଯେ, "ମୋ ପତ୍ନୀ ସେଠାରେ ଥିବାରୁ ସେ ମୋତେ ସେଠାରୁ ସୁରକ୍ଷିତ ନେଇ ଆସିଥିଲେ। ଆମେ ଅଭିଯୋଗ ଦାୟର କରିବାକୁ ପୁଲିସ ଷ୍ଟେସନ ଯାଇଥିଲୁ, କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। କର୍ଣ୍ଣାଟକ ଏବେ ଏମିତି ହୋଇଗଲଣି। ବାସ୍ତବତା ଦେଖି ମୁଁ ବିଶ୍ୱାସ କରିପାରୁ ନାହିଁ। ଭଗବାନ ଆମକୁ ସାହାଯ୍ୟ କରନ୍ତୁ। ଭଗବାନ ମୋତେ ପ୍ରତିଶୋଧ ନ ନେବାର ଶକ୍ତି ଦିଅନ୍ତୁ। କାଲି ଯଦି ଆଇନ ଏବଂ ପ୍ରଶାସନ ଆମକୁ ସାହାଯ୍ୟ ନକରେ, ତେବେ ମୁଁ ପ୍ରତିଶୋଧ ନେବି।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/04/21/QMiQ0ArNDeBDCzqterIA.jpg)