ଏୟାର ଇଣ୍ଡିଆର ବରିଷ୍ଠ ପାଇଲଟ ବିମାନ ଉଡାଣ ପୂର୍ବରୁ କରିଥିଲେ ମଦ୍ୟପାନ, ବର୍ଷକ ମଧ୍ୟରେ ଏହା ଦ୍ୱିତୀୟ ଥର

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବରିଷ୍ଠ ପାଇଲଟ ମଦନିଶାରେ ବିମାନ ଉଡାଣ ଥିବା ସମୟରେ ଧରାପଡ଼ିଛନ୍ତି। ଏୟାର ଇଣ୍ଡିଆର ବରିଷ୍ଠ ପାଇଲଟ ଅରବିନ୍ଦ କଠପାଲିଆ ରବିବାରକୁ ଯେତେବେଳେ ଦିଲ୍ଲୀ-ଲଣ୍ଡନ ବିମାନ ଉଡାଉବାକୁ ଯାଉଥିଲେ ସେତେବେଳେ ବ୍ରେଥ୍‌ ଏନାଲାଇଜର (ବିଏ) ପରୀକ୍ଷାରେ ସେ ଅସଫଳ ରହିଥିଲେ। ପରୀକ୍ଷାରେ ପାଇଲଟଙ୍କୁ ବିମାନ ଉଡାଇ ପାରିବେ ନାହିଁ ବୋଲି ଘୋଷଣା କରାଯାଇଥିଲା।

ସୂଚନାଯୋଗ୍ୟ, ରବିବାର ବିମାନ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଏଆଇ-୧୧୧ ବିମାନ ଯାତ୍ରା କରିବାର ଥିଲା। ଏହି ସମୟରେ ଏଆଇ-୧୧୧ ବିମାନର ପାଇଲଟ ମଦପାନ କରିଥିବା ଜଣାପଡ଼ିଥିଲା। ଡିଜିସିଏଙ୍କ ନିର୍ଦ୍ଦେଶକ୍ରମେ ପାଇଲଟ ଅରବିନ୍ଦ କଠପାଲିଆ ମେଡିକାଲ ପରୀକ୍ଷା କରାଯାଇଥିଲ। ତାଙ୍କ ରକ୍ତରେ ଅଲକହଲ୍‌ସ୍ତର ପ୍ରଚୁରମାତ୍ରାରେ ଥିବା ରିପୋର୍ଟରୁ ଜଣାପଡ଼ିଥିଲା।

ଆଶ୍ଚର୍ଯ୍ୟର କଥା ହେଉଛି ବର୍ଷକ ଭିତରେ ବରିଷ୍ଠ ପାଇଲଟ କଠପାଲିଆ ମଦନିଶାରେ ଡିୟୁଟି କରୁଥିବା ସମୟରେ ଦ୍ୱିତୀୟ ଥର ଧରାପଡ଼ିଛନ୍ତି। ଇଣ୍ଡିଆନ୍‌ କମର୍ସିଆଲ ପାଇଲଟ ଏସୋସିଏସନ୍‌ଙ୍କ ମୁତାବକ, ଚଳିତ ବର୍ଷ ଜାନୁଆରି ୧୯ରେ ପାଇଲଟ କଠପାଲିଆ ବ୍ରେଥ୍‌ ଏନାଲାଇଜର ଟେଷ୍ଟରେ ଅସଫଳ ଥିବା ଜଣାପଡ଼ିଥିଲା। ସେତେବେଳେ ତାଙ୍କୁ ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବାକୁ ଥିବା ବିମାନ ଉଡାଇବାର ଥିଲା।

ସମ୍ବନ୍ଧିତ ଖବର