କେରଳ ବିମାନ ବନ୍ଦରରେ ଅସଦାଚରଣର ଶିକାର ହେଲେ ଏୟାର ଇଣ୍ଡିଆର ମହିଳା ପାଇଲଟ୍‌, ଅଭିଯୁକ୍ତକୁ ଗିରଫ କରି ମାମଲା ରୁଜୁ କଲା ପୁଲିସ

ଥିରୁବନନ୍ତପୁରମ୍‌ : ଏୟାର ଇଣ୍ଡିଆର ଜଣେ ମହିଳା ପାଇଲଟ୍‌ଙ୍କ ସହ ଅସଦାଚରଣ କରିଥିବାରୁ ଶନିବାର ଜଣେ ଟ୍ୟାକ୍ସି ଚାଳକଙ୍କୁ ଗିରଫ କରି ମାମଲା ରୁଜୁ କରିଛି ପୁଲିସ । ଅଭିଯୁକ୍ତର ନାଁ ଉନିକ୍ରିଷ୍ଣନ୍‌ ବୋଲି ଚିହ୍ନଟ କରାଯାଇଥିବା ବେଳେ ପୀଡ଼ିତା ଦିଲ୍ଲୀର ବାସିନ୍ଦା ବୋଲି ଜଣା ପଡ଼ିଛି । ପୀଡ଼ିତା ଥିରୁବନନ୍ତପୁରମ୍‌ ବିମାନ ବନ୍ଦରରେ ଟ୍ୟାକ୍ସିକୁ ଅପେକ୍ଷା କରିଥିବା ସମୟରେ ଅଭିଯୁକ୍ତଜଣଙ୍କ ତାଙ୍କୁ ଅଶାଳୀନ ଭାଷା ବ୍ୟବହାର କରି କମେଣ୍ଟ କରିଥିଲେ । ଏହି ସମୟରେ ଅଭିଯୁକ୍ତ ନିଶାଗ୍ରସ୍ଥ ଥିବା ଜଣା ପଡ଼ିଛି । ବିମାନ ବନ୍ଦରର ମ୍ୟାନେଜର ଏ ନେଇ ପୁଲିସକୁ ଜଣାଇବା ପରେ ଅଭିଯୁକ୍ତକୁ ଗିରଫ କରି ଧାରା ୩୫୪A ଅନୁଯାୟୀ ମାମଲା ରୁଜୁ କରିଛି ପୁଲିସ ।

TheJournal.ie

ସୂଚନା ମୁତାବକ, ପୀଡ଼ିତା ଟ୍ୟାକ୍ସିକୁ ଅପେକ୍ଷା କରିଥିବା ସମୟରେ ଅଭିଯୁକ୍ତ ନିଜ ଗାଡ଼ି ଆଣି ପୀଡ଼ିତାଙ୍କ ପାଖରେ ଠିଆ କରିବା ସହ ଅଶାଳୀନ ଭାଷାରେ ଗାଳି ଦେଇ ସେଠାରୁ ଚାଲି ଯାଇଥିଲେ । ଏହି ସମୟରେ ପୀଡ଼ିତା କାର୍‌ର ରେଜିଷ୍ଟ୍ରେସନ ନମ୍ବର ଦେଖି କଂଗ୍ରେସ ମୁଖ୍ୟ ଶଶି ଥରୁରଙ୍କୁ ନେଇ ବିମାନ ବନ୍ଦରର କର୍ମଚାରୀଙ୍କ ପାଖରେ ପହଞ୍ଚିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ପୀଡ଼ିତା ସବୁ ଘଟଣା ବିଷୟରେ ବିମାନ ବନ୍ଦରର ମ୍ୟାନେଜରଙ୍କୁ ଜଣାଇଥିଲେ । ବିମାନ ବନ୍ଦରର ମ୍ୟାନେଜର ପୁଲିସକୁ ଜଣାଇବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।

ସମ୍ବନ୍ଧିତ ଖବର