ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାମଲୀରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଗୋଟେ ପରିବାରର ୪ଜଣଙ୍କୁ ଅଭିଯୁକ୍ତ ନିର୍ମମ ଭାବେ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶାମଲୀରେ ରହୁଥିବା ବିଶ୍ବପ୍ରସିଦ୍ଧ ଭଜନ ଗାୟକ ଅଜୟ ପାଠକଙ୍କ ସହ ଏଭଳି ଘଟଣା ଘଟିଥିବା ବେଳେ ତାଙ୍କ ଶିଷ୍ୟ ହିଁ ତାଙ୍କୁ ହତ୍ୟା କରିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ଘଟଣା ପରେ ପୁଲିସ ଅଭିଯୁକ୍ତ ଶିଷ୍ୟ ହିମାଂଶୁ ସୈନୀଙ୍କୁ ଗିରଫ କରିଥିବା ବେଳେ କରଜ ନେଇଥିବା ଟଙ୍କାକୁ ନେଇ ସେ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ସ୍ପଷ୍ଟ ହୋଇଛି।
ପୁଲିସର କହିବା ମୁତାବକ, ସୋମବାର ରାତିରେ ହିମାଂଶୁ ଅଜୟ ପାଠକଙ୍କ ଘରକୁ ଯାଇ ପ୍ରଥମ ମହଲାରେ ଶୋଇଥିବା ଅଜୟ ପାଠକ ଓ ତାଙ୍କ ପତ୍ନୀଙ୍କୁ ଛୁରି ଭୁଷି ହତ୍ୟା କରିଥିଲେ। ପରେ ଉପର ମହଲାକୁ ଯାଇ ଝିଅକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବା ସହ ତାଙ୍କ ୧୦ବର୍ଷର ପୁଅକୁ କାର୍ ଭିତରେ ଭର୍ତ୍ତି କରି ଜଳାଇ ଦେଇଥିଲେ ହିମାଂଶୁ। ସୋମବାର ଘଟଣାଟି ଘଟିଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ତାହା ସାମ୍ନାକୁ ଆସିଥିଲା। ଦିନ ସାରା ଘରର କବାଟ ନ ଖୋଲିବାରୁ ପଡ଼ୋଶୀ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହିମାଂଶୁକୁ ଗିରଫ କରିଥିଲା। ଗିରଫ ପରେ ହିମାଂଶୁ ହତ୍ୟା କରିବା ପଛର କାରଣ ଜଣାଇଥିଲା ପୁଲିସ୍କୁ।
/sambad/media/post_attachments/063456a46ba6ff5f6a9fbd760cb133cac2fda1cc7c03b0c139ffb5c749d472df.jpg)
ଅଜୟ ପାଠକଙ୍କ ସହ ମିଶି ହିମାଂଶୁ ଭଜନ କାର୍ଯ୍ୟକ୍ରମ କରୁଥିଲେ। ଦେଶ ସହ ଦେଶ ବାହାରେ ମଧ୍ୟ କାର୍ଯ୍ୟକ୍ରମ କରାଯାଉଥିଲା। ହିମାଂଶୁ ଅଜୟଙ୍କ ପ୍ରିୟ ଶିଷ୍ୟ ଥିବା ବେଳେ ଅଜୟ ତାଙ୍କ ଠାରୁ ୬୦,୦୦୦ଟଙ୍କା ନେଇଥିଲେ। କିନ୍ତୁ ଦେଇଥିବା ସମୟ ମଧ୍ୟରେ ଏହାକୁ ଫେରାଇ ନଥିଲେ ଅଜୟ। ବାରମ୍ବାର ଟଙ୍କା ମାଗିବା ପରେ ହିମାଂଶୁଙ୍କୁ ଅଜୟ ଅସମ୍ମାନିତ କରିଥିବାରୁ ସେ ଏଭଳି କରିଥିବା ପୁଲିସକୁ କହିଛି।