ଡନ୍‌ ରବି ପୂଜାରୀର ସବୁଠାରୁ ବଡ଼ ବିଶ୍ୱସ୍ତ ଆକାଶ ସେଟ୍ଟୀ କର୍ଣ୍ଣାଟକରୁ ଗିରଫ

ମୁମ୍ବାଇ:ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚର ହଫ୍‌ତା ନିରୋଧକ ପ୍ରକୋଷ୍ଠ ଡନ୍‌ ରବି ପୂଜାରୀର ସବୁଠାରୁ ବଡ଼ ବିଶ୍ୱସ୍ତ ଖବରଦାତାବୋଲି କୁହାଯାଉଥିବା ଆକାଶ ସେଟ୍ଟୀକୁ କର୍ଣ୍ଣାଟକରୁ ଗିରଫ କରିଛି। ଗତ ଏକ ସପ୍ତାହ ହେବ ବରିଷ୍ଠ ଇନସ୍ପେକ୍ଟର ଅଜୟ ସାଓ୍ଵନ୍ତ ଓ ସଚିନ କନମ୍‌ଙ୍କ ନେତୃତ୍ୱରେ ଦୁଇଟି ଟିମ୍‌ ବେଙ୍ଗାଲୁରୁରେ ଥିଲେ। ସେଠାରେ ଚାଲିଥିବା ଏକ ବାହାଘର ପାର୍ଟିରୁ ଏ ଦୁହିଁଙ୍କୁ ଧରିଥିଲା ପୁଲିସ୍‌।

କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଆକାଶ ସେଟ୍ଟୀ ମୂଳତଃ ଗୋରେଗାଓଁର ବାସିନ୍ଦା। ତା’ର ପାରିବାରିକ ହୋଟେଲ୍‌ ବ୍ୟବସାୟ ମେଙ୍ଗଲୁରୁରେ ରହିଛି। ଚାରି ବର୍ଷ ଆଗରୁ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଯାଇଛି। ତା’ପରେ ସେ ମୁମ୍ବାଇ ଛାଡ଼ି ମେଙ୍ଗଲୁରୁ ଚାଲି ଆସିଥିଲା। ସେଠାରେ ଜଣେ ପରିଚିତ ବ୍ୟକ୍ତି ଜରିଆରେ ରବି ପୂଜାରୀର ଯୋଗାଯୋଗରେ ଆସିଥିଲା ଓ ତା’ପାଇଁ କାମ କରିଥିଲା। ଗତ ସପ୍ତାହରେ ରବି ପୂଜାରୀ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ବିଲିୟମ୍‌କୁ ଗିରଫ କରାଯିବା ପରେ ଆକାଶ ସେଟ୍ଟୀ ସଂପର୍କରେ ଜାଣିପାରିଥିଲା ପୁଲିସ। ସେ ତା’ର ଜଣେ ସଂପର୍କୀୟ ବାହାଘରକୁ ଆସିଥିବା ବେଳେ ପୁଲିସ ଜାଲ ବିଛାଇ ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର