ମୁମ୍ବାଇ: ନିଜ ମା’କୁ ନିର୍ମମ ଭାବେ ହତ୍ୟା କରି ଏବେ ଗିରଫ ହୋଇଛି ମୁମ୍ବାଇରେ ରହୁଥିବା ସୋହେଲ ଶେଖ୍। ନିଶାଗ୍ରସ୍ତ ଅବସ୍ଥାରେ ଅଭିଯୁକ୍ତ ସୋହେଲ ଏଭଳି କରିଥିବା ବେଳେ ହତ୍ୟା ପରେ ନିଜ ମା’ର ଶରୀରକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା। ଥର ଥର କରି ପୁଲିସ ଶବର ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କରିବା ପରେ ଯାଇ ସୋହେଲକୁ ଗିରଫ କରିଥିବା ଜଣାପଡ଼ିଛି।
ଗିରଫ ହେବା ପରେ ହତ୍ୟାକାଣ୍ଡ ଦିନର ପୂରା ଘଟଣା ଜଣାଇଛି ସୋହେଲ। ସେ କହିଛି, ‘ଡିସେମ୍ବର ୨୮ରେ ମୁଁ ମଦ ପିଇ ଘରକୁ ଫେରିବା ପରେ ମା’ ମୋ ଉପରେ ପାଟି କରିବା ଆରମ୍ଭ କରି ଦେଇଥିଲେ। ଚାକିରି ନ କରି ଘରେ କାହିଁକି ବସି ରହୁଛି ବୋଲି କହିବା ସହ ମୋ ଛାଡ଼ପତ୍ରକୁ ନେଇ ମଧ୍ୟ ମୋତେ ଗାଳି କରିଥିଲେ। ରାଗରେ ଆସି ମୁଁ ତାଙ୍କ ଗଳା କାଟି ଦେଇଥିଲି। ଏହା ପରେ ଅପରାଧ ସାମ୍ନାକୁ ଆସିଯିବା ଡ଼ରରେ ଘରେ ୩୬ଘଣ୍ଟା ପର୍ଯ୍ୟନ୍ତ ଏସି ଲଗାଇ ମୃତଦେହକୁ ରଖିଥିଲି। ୩୬ଘଣ୍ଟା ପରେ ପାଣିରେ ମା’ ଶରୀରରେ ଲାଗିଥିବା ରକ୍ତକୁ ଧୋଇବା ସହ ତାକୁ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି ଦେଇଥିଲି।’
Times Nowତେବେ ସୋହେଲ ଶେଖଙ୍କ ଏଭଳି ଅପରାଧ ସ୍ଥାନୀୟ ବାସିନ୍ଦାଙ୍କ ସାହାଯ୍ୟରେ ସମସ୍ତଙ୍କ ସାମ୍ନାକୁ ଆସିଥିଲା। ପୀଡ଼ିତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗା ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ପୀଡ଼ିତାଙ୍କ ମର ଶରୀରକୁ ଉଦ୍ଧାର କରି ପାରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/ବବ-14.jpg)