ଅଲିଗଡ଼: ଜଣେ ଯୁବତୀଙ୍କୁ ଏକତରଫା ପ୍ରେମର କରୁଣ ପରିଣତି ଭୋଗିବାକୁ ପଡ଼ିଛି। ସୁନାର ସଂସାର ଗଢ଼ିବାକୁ ସ୍ବପ୍ନ ଦେଖୁଥିବା ବେଳେ କେଇ ସେକେଣ୍ଡ ମଧ୍ୟରେ ସବୁ ସ୍ବପ୍ନ ଭାଙ୍ଗି ରୁଜି ଚୁରମାର ହୋଇ ଯାଇଛି। ଏକତରଫା ପ୍ରେମ କରୁଥିବା ପ୍ରେମିକ ନିଜ ପ୍ରେମିକାକୁ ଆଉ କାହାର ହେଉଥିବା ଦେଖି ହତ୍ୟା ଭଳି ଅପରାଧ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ଅଲିଗଡ଼ ଜିଲ୍ଲାର ଇଗଲାଶ ଅଞ୍ଚଳରେ ଘଟିଥିବା ମଙ୍ଗଳବାର ପୀଡ଼ିତାଙ୍କ ଘରେ କେହି ନଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ତାଙ୍କ ବାପା ଓ ଭାଇ ଘରକୁ ଫେରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଏଭଳି ଘଟଣା ପରେ ପରିବାର ଲୋକେ ପଡ଼ୋଶୀ ଯୁବକ ରାହୁଲଙ୍କୁ ଦୋଷୀ ବୋଲି କହି ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରାଯାଇଛି।
/sambad/media/post_attachments/wp-content/uploads/2019/06/111-4.jpg)
ସୂଚନା ମୁତାବକ, ରାହୁଲ ପୀଡ଼ିତାଙ୍କୁ ଏକତରଫା ପ୍ରେମ କରୁଥିଲେ। କିନ୍ତୁ ପୀଡ଼ିତା ତାଙ୍କ ପ୍ରେମ ପ୍ରସ୍ତାବକୁ ଗ୍ରହଣ କରି ନଥିଲେ। ଏ ମଧ୍ୟରେ ପୀଡ଼ିତାଙ୍କ ବିବାହ ସ୍ଥର ହେବାରୁ ସେ ଏଭଳି କରିଥିବା କହିଛନ୍ତି ପୀଡ଼ିତାଙ୍କ ପରିବାର। ଘଟଣା ଦିନ ପୀଡ଼ିତାଙ୍କ ବାପା-ଭାଇ ଘରକୁ ଫେରି ପୀଡ଼ିତାଙ୍କୁ ଖୋଜିଥିଲେ। ଏହି ସମୟରେ ଛାତ ଉପରକୁ ପୋଷାକ ଶୁଖାଇବା ପାଇଁ ଯାଇ ଆଉ ଫେରି ନଥିବା କଥା କହିଥିଲେ ପୀଡ଼ିତାଙ୍କ ଭାଉଜ। ସବୁ ଶୁଣି ଛାତ ଉପରକୁ ଯାଇ ଦେଖିବା ପରେ ପୀଡ଼ିତା ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବାର ଦେଖାଯାଇଥିଲା।