ପାଟନ‌ା: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ନିନ୍ଦନୀୟ ଘଟଣା ଘଟିଛି।  ଝିଅ ବାହାଘର ପୂର୍ବରୁ ଭାବି ଜ୍ବାଇଁ ସହ ଶାଶୁ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।

Advertisment

ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲାର ମଦ୍ରାକ ଥାନା ଅଞ୍ଚଳର ମନୋହରପୁର ଗ୍ରାମର ବାସିନ୍ଦା ଜିତେନ୍ଦ୍ର କୁମାର ପୁଲିସ ଷ୍ଟେସନରେ ଅଭିଯୋଗ କରି କହିଛନ୍ତି, ‘ମୋ ଝିଅର ବାହାଘର ସ୍ଥିର ହୋଇଥିବା ପୁଅ ସହିତ ମୋ ସ୍ତ୍ରୀ ଫେରାର ହୋଇଯାଇଛନ୍ତି।

କେବଳ ଏତିକି ନୁହେଁ ଝିଅ ବାହାଘର ପାଇଁ ମୁଁ ଘରେ ରଖିଥିବା ନଗଦ ୩ଲକ୍ଷ ଟଙ୍କା, ସୁନା ଓ ରୁପା ଅଳଙ୍କାରକୁ ସାଥୀରେ ନେଇ ସ୍ତ୍ରୀ ଚମ୍ପଟ ମାରିଛନ୍ତି।  ମୋ ଝିଅର ବିବ‌ାହ ଏପ୍ରିଲ ୧୬ ତାରିଖରେ ସ୍ଥିର ହୋଇଥିଲ‌ା। ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ପତ୍ର ବି ବଣ୍ଟା ସରିଛି। ଏଭଳି ପରିସ୍ଥିତିରେ ମୁଁ କ’ଣ କରିବି ମୋତେ କିଛି ବୁଦ୍ଧି ବାଟ ଦିଶୁନାହିଁ।’ 

ଝିଅ ଶିବାନୀ ଏହି ଘଟଣାକୁ ନେଇ କହିଛନ୍ତି, ‘ମା’ ନିଜେ ଉକ୍ତ ପୁଅ ସହିତ ମୋ ବିବାହ ସ୍ଥିର କରିଥିଲା। ମୁଁ ଯେତେବେଳେ ବି କଥା ହେବାକୁ ଫୋନ କରେ ସେ ବ୍ୟସ୍ତ ଅଛନ୍ତି କହି ଫୋନ କାଟି ଦିଅନ୍ତି। କିନ୍ତୁ ମା’ ସହିତ ୨୪ଘଣ୍ଟାରୁ ୨୦ଘଣ୍ଟା ଧରି କଥା ହୋଇଥାଆନ୍ତି। 

ମା ମୋ ଜୀବନ ନଷ୍ଟ କରିଦେଲା। ଏବେ ସେ ମରୁ କି ବଞ୍ଚୁ ମୋର କିଛି ଫରକ ପଡ଼ିବ ନାହିଁ। କାରଣ ତା’ପ୍ରତି ଆମ ପରିବାରର ଆତ୍ମ ଛାଡ଼ି ଯାଇଛି।  ବହୁତ କଷ୍ଟରେ ମୋ ବାପା ବିବାହ ପାଇଁ ଟଙ୍କା ଓ ଗହଣା ଯୋଗାଡ଼ି ରଖିଥିଲେ। ସେ ସବୁକୁ ସେ ଫେରାଇ ଦେଇ ଯେଉଁଆଡେ ଯାହା ସହିତ ଯିବା କଥା ଯାଉ।’

ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଜିତେନ୍ଦ୍ର କୁମାରଙ୍କ ଫେରାର ସ୍ତ୍ରୀ ଓ ତାଙ୍କ ସହିତ ଥିବା ଯୁବକଙ୍କୁ ଧରିବାକୁ ଚେଷ୍ଟା କରୁଛି।