ଏଏମ୍‌ୟୁ ପ୍ରଫେସର ହ୍ଵାଟସ୍‌ ଆପ୍‌ ଜରିଆରେ ବିବାହର ୨୩ବର୍ଷ ପରେ ପତ୍ନୀଙ୍କୁ ଦେଲେ ତିନ୍‌ ତଲାକ୍‌

ଅଲିଗଡ଼: ଉତ୍ତରପ୍ରଦେଶ ଅଲିଗଡ଼ ମୁସିଲ ବିଶ୍ୱବିଦ୍ୟାଳୟର ସଂସ୍କୃତି ବିଭାଗର ଅଧ୍ୟକ୍ଷ ପ୍ରଫେସର ଖାଲିଦ ବିନ ୟୁସୁକ ଖାନ୍‌ ନିଜର ପତ୍ନୀ ୟାସମିନ ଖାଲିଦଙ୍କୁ ବିବାହର ୨୩ବର୍ଷ ପରେ ତିନ୍‌ ତଲାକ୍‌ ଦେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରଫେସର ଖାଲିଦ ପ୍ରଥମେ ହ୍ଵାଟସ୍‌ଆପ୍‌ ପରେ ଟ୍ୟାକ୍ସ ମେସଜ କରିବା ପରେ ସାମ୍ନାରେ ତିନ ତଲାକ କହି ପତ୍ନୀ ୟାସମିନ୍‌ଙ୍କୁ ତଲାକ୍‌ ଦେଇଥିଲେ।

ତିନ୍‌ ତଲାକ୍‌ ପରେ ପତ୍ନୀ ୟାସମିନ୍‌ଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି, ସେ ନ୍ୟାୟର ଭିକ୍ଷା ମାଗୁଛନ୍ତି। କନ୍ୟା ୟାସମିନ୍‌ଙ୍କ ଝିଅ ର୍ଡଲା ଓ ଇବ୍ରା ନାମରେ ଦୁଇଟି ସନ୍ତାନ ଓ ଏକ ପୁତ୍ର ସନ୍ତାନ ଅଛନ୍ତି। ର୍ଡଲା ଓ ଇବ୍ରା ଇଣ୍ଡିଆ ଗ୍ରେଟ ଟ୍ୟାଲେଣ୍ଟର ସେମି ଫାଇନାଲିଷ୍ଟ ରହି ସାରିଛନ୍ତି। ଦୁଇ ଝିଅ ବିଟେକ୍‌ ପାଠ ପଢ଼ୁଛନ୍ତି।

ସୂଚନାଯୋଗ୍ୟ, ଆଜମଗଢ଼ରେ ରହୁଥିବା ପ୍ରଫେସର ଖାଲିଦଙ୍କ ବିବାହ କଶ୍ମୀର ଶ୍ରୀନଗରରେ ରହୁଥିବା ୟାସମିନ୍‌ ଅଖତରଙ୍କ ସହିତ ୧୯୯୫ ଜାନୁଆରି ୨୧ ତାରିଖରେ ମୋଟ୍ରିମୋନିଅଲ ସାଇଟ ଜରିଆରେ ଆଲିଗଢ଼ର ମେଡିକାଲ କଲୋନିରେ ହୋଇଥିଲା। ବିବାହର କିଛିଦିନ ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିଥିଲା। ୟାସମିନ୍‌ ସପା ମହିଳା ସଭାର ଜିଲ୍ଲା ଅଧ୍ୟକ୍ଷ ବି ଥିଲେ।

ୟାସମିନ୍‌ଙ୍କ କହିବାନୁସାରେ, ସ୍ୱାମୀ ପ୍ରଫେସର ଖାଲିଦଙ୍କ ଚରିତ୍ର ମୋତେ ଠିକ୍‌ ଲାଗି ନଥିଲା। ତାଙ୍କ ଡିପାର୍ଟାମେଣ୍ଟକୁ ଆସୁଥିବା ଯୁବତୀମାନଙ୍କ ସହିତ ଖାଲିଦଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ସେ ତାଙ୍କ ଛାତ୍ରୀମାନଙ୍କ ସହିତ ବସିବା, ଉଠିବା ଓ ଖାଇବାର ବହୁତ ସଉକ ରଖୁଥିଲେ। ସେପ୍ଟେମ୍ବରରେ ତାଙ୍କର ଏହି ସ୍ୱଭାବ ପାଇଁ କେହିଜଣେ ଏକ ପତ୍ର ଜରିଆରେ ଏଏମୟୁ ପ୍ରଶାସନକୁ ଜଣାଇ ଦେଇଥିଲେ। ତେବେ ଏହି ଅଭିଯୋଗ ମୁଁ ଦେଇଥିବା ସ୍ୱାମୀ ଖାଲିଦଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ଏହି ଗୋଟିଏ ପତ୍ର ଆମ ଦୁହିଁଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଥିଲା। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହିଥାଏ, ଯାହାର ପରିଣାମ ତଲାକ୍‌ରେ ଶେଷ ହୋଇଥିଲା।

ପ୍ରଫେସର ତାଙ୍କର ଏକ କନ୍ୟା ସହିତ ଅଲଗା ହୋଇ ଜହୁର ଆପାର୍ଟମେଣ୍ଟରେ ରହୁଛନ୍ତି। ସେପ୍ଟେମ୍ବର ୩୦ରେ ପ୍ରଫେସର ଖାଲିଦ ନିଜର ପତ୍ନୀଙ୍କୁ ପ୍ରଥମେ ହ୍ଵାଟସ୍‌ ଆପରେ ତଲାକ୍‌ ଲେଖି ପଠାଇଥିଲେ। ଏହାପରେ ଅକ୍ଟୋବର ୩୦ରେ ଟେକଷ୍ଟ ମେସେଜ ଜରିଆରେ ତଲାକ୍‌ ଲେଖିଥିଲେ। ଏହାକୁ ଦେଖି ୟାସମିନ୍‌ ପ୍ରଫେସରଙ୍କ ନିକଟରେ ଅନେକ କାକୁତିମିନତି ହୋଇ କହିଥିଲେ କି ସେ ଏହି ଅଭିଯୋଗ ଆଦୌ କରି ନାହାନ୍ତି। ତାଙ୍କ ଉପରେ ଅଯଥାରେ ସନ୍ଦେହ କରାଯାଉଛି, କିନ୍ତୁ ଖାଲିଦ ୟାସମିନ୍‌ଙ୍କ କୌଣସି କଥା ଶୁଣି ନଥିଲେ। ନଭେମ୍ବର ଆଠ ତାରିଖରେ ୟାସମିନ୍‌ ଖାଲିଦଙ୍କ ଫ୍ଲାଟକୁ ଆସିଥିଲା। ଏହି ସମୟରେ ଖାଲିଦ ୟାସମିନ୍‌ଙ୍କ ସାମ୍ନାରେ ତଲାକ ତଲାକ୍‌ ତଲାକ୍‌ ବୋଲି କହିଥିଲେ। ୟାସମିନ୍‌ ଏବେ ନ୍ୟାୟ ମାଗୁଛନ୍ତି।

ୟାସମିନ୍‌ଙ୍କ ଝିଅ ଇବ୍ରାଙ୍କ କହିବାନୁସାରେ, ବାପା ଓ ମା’ଙ୍କ ମଧ୍ୟରେ କିଛିଦିନ ହେବ ଝଗଡ଼ା ଲାଗି ରହିଥିଲା। ବାପା ମା’ଙ୍କୁ ଅନେକ ସମୟରେ ମାଡଧର କରୁଥିଲେ। ମା’ ଚିତ୍କାର କରି କହୁଥିଲେ ସେ ସେହି ପତ୍ର ଲେଖି ନାହାନ୍ତି, ହେଲେ ବାପା କୌଣସି କଥା ନଶୁଣି ମା’ଙ୍କୁ ତିନ ତଲାକ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର