ଋଣ ଭାର ସହି ନ ପାରି ନିଜ ଘରୁ ‌‌ଚୋରି କଲେ ମହିଳା, ଜାଣିବା ପରେ ପୁଲିସ୍‌କୁ କାର୍ଯ୍ୟାନୁଷ୍ଠାନ ନ ନେବାକୁ କହିଲେ ସ୍ବାମୀ

ମୁମ୍ବାଇ: ଋଣ ସୁଝି ନପାରିବାରୁ ନବୀ ମୁମ୍ବାଇର ଜଣେ ମହିଳା ନିଜ ଘରୁ ‌ଚୋରି କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ତାଙ୍କ ଘରୁ ୩ ଲକ୍ଷ ଟଙ୍କା ସହିତ ୧.୧ ଲକ୍ଷ ଟଙ୍କାର ସୁନା ଚୋରି କରିଥିବା ଜାଣିବାକୁ ମିଳିଛି। ମହିଳାଙ୍କ ସ୍ବାମୀଙ୍କୁ ଜଣାନଥିଲା ଯେ ତାଙ୍କ ସ୍ତ୍ରୀ ଋଣ ନେଇଛନ୍ତି ବୋଲି। ଋଣ ଭାର ମୁଣ୍ଡ ଉପରେ ରଖି ଆଉ କିଛି ଉପାୟ ନ ପାଇ ମହିଳା ଜଣକ ଶେଷରେ ନିଜ ଘରୁ ଚୋରି କରିବା ବିଷୟରେ ଚିନ୍ତା କରିଥିଲେ।

ଘଟଣାଟି ହେଉଛି ନବୀ ମୁମ୍ବାଇର କୋପର ଖଇରାନେ ଅଞ୍ଚଳର। ଘରୁ ଚୋରି ହେବା ପରେ ମହିଳାଙ୍କ ସ୍ବାମୀ ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ପୁଲିସ୍‌ ତଦନ୍ତ କରିବାକୁ ମହିଳାଙ୍କ କାରନାମା ଜଣା ପଡ଼ିଥିଲା।


Free Press Journal

ଜୁନ୍‌ ୧୫ ତାରିଖରେ ମହିଳା ଜଣକ ଅସୁସ୍ଥ ଅନୁଭବ କରୁଛନ୍ତି ବୋଲି କହିବା ପରେ ତାଙ୍କ ସ୍ବାମୀ ତାଙ୍କୁ ହସ୍ପିଟାଲ୍‌ ନେଇ ଯାଇଥିଲେ। ହସ୍ପିଟାଲ୍‌ ପାଖାପାଖି ଅଞ୍ଚଳରେ ମହିଳାଙ୍କ ମାମୁଘର ହୋଇଥିବାରୁ ସେ ସେଠାକୁ ଯିବାକୁ ଚାହିଁବାରୁ ତାଙ୍କ ସ୍ବାମୀ ନେଇ ତାଙ୍କୁ ‌ସେଠାରେ ଛାଡ଼ିଦେଲେ।

ଜୁନ୍‌ ୧୭ ତାରିଖରେ ସେ ତାଙ୍କ ପତ୍ନୀଙ୍କୁ ନିଜ ଘରକୁ ‌ଫେରାଇ ଆଣିଥିଲେ। ଘରକୁ ଫେରିବା ପରେ ମହିଳାଙ୍କ ସ୍ବାମୀ ଦେଖିଲେ ଯେ ତାଙ୍କ ଘରୁ ଚୋରି ହୋଇଛି। ସେ ତୁରନ୍ତ ପୁଲିସ୍‌କୁ ଜଣାଇଲେ। ପୁଲିସ୍‌ ତଦନ୍ତ କରି ପଚରାଉଚରା କରିବାରୁ ମହିଳା ଜଣକ ଋଣ ପାଇଁ ନିଜ ଘରୁ ଚୋରି କରିଥିବା କଥା ସ୍ବୀକାର କରିଥିଲେ। ମହିଳାଙ୍କ ସ୍ବାମୀ ନିଜ ସ୍ତ୍ରୀ ଚୋରି କରିଥିବା ଜାଣିବା ପରେ ପୁଲିସକୁ କୌଣସି କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରିବାକୁ ମନା କରିଥିଲେ।

ସମ୍ବନ୍ଧିତ ଖବର