ଆଲ୍‌ହାବାଦ ବ୍ୟାଙ୍କରୁ ୨.୨୬ କୋଟି ଟଙ୍କା ଠକେଇ ମାମଲା : ନକଲି କିରାଣି ଗିରଫ

ଭୁବନେଶ୍ୱର : କଟକ ଗଣ୍ଡରପୁର ଡ୍ରେନେଜ୍‌ ଡିଭିଜନ୍‌ର କର୍ମଚାରୀ ସାଜି କଟକ ନୟାସଡ଼କ ଆଲ୍‌ହାବାଦ୍‌ ବ୍ୟାଙ୍କରୁ ଋଣ ନାଁରେ ୨.୨୬ କୋଟି ଟଙ୍କା ଠକି ନେଇଥିବା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଉ ଜଣେ ନକଲି କିରାଣିଙ୍କୁ ଗିରଫ କରିଛି। ସେ ହେଲେ କଟକ ଜିଲ୍ଲା ଜଗତପୁର ଅଞ୍ଚଳର ଜଗନ୍ନାଥ ବେହେରା(୪୫)। ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଜଗନ୍ନାଥଙ୍କୁ ମିଶାଇ ମୋଟ୍‌ ୨୯ ଜଣଙ୍କୁ ଗିରଫ କରି ସାରିଲାଣି। ସେହିଭଳି ମୁଖ୍ୟ ଖଳନାୟକ ତଥା କଟକ ଗଣ୍ଡରପୁର ଡ୍ରେନେଜ୍‌ ଡିଭିଜନ୍‌ର ଏଷ୍ଟାବ୍ଲିସ୍‌ମେଣ୍ଟ ଅଫିସର ରବୀନ୍ଦ୍ର କୁମାର ଜେନାଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିସାରିଛନ୍ତି।

ସୂଚନାନୁସାରେ ୨୦୦୯ ଡିସେମ୍ବରରୁ ୨୦୧୦ ମାର୍ଚ୍ଚ ମଧ୍ୟରେ କଟକ ଗଣ୍ଡରପୁର ଡ୍ରେନେଜ୍‌ ଡିଭିଜନ୍‌ର ୮୫ ଜଣ କର୍ମଚାରୀ ସରଳା ଋଣ ଯୋଜନାରେ ଉକ୍ତ ବ୍ୟାଙ୍କରୁ ୨.୨୬ କୋଟି ଟଙ୍କାର ଋଣ ପାଇଥିଲେ। କିନ୍ତୁ ସମସ୍ତ ୮୫ ଜଣ ନକଲି କର୍ମଚାରୀଙ୍କୁ ଏଷ୍ଟାବ୍ଲିସମେଣ୍ଟ ଅଫିସର ରବୀନ୍ଦ୍ର ଜେନା ଜାଲ୍‌ କାଗଜପତ୍ର କରାଇଥିଲେ। ପ୍ରକୃତ ସତ ଜଣାପଡ଼ିବା ପରେ ବ୍ୟାଙ୍କର ସିନିଅର୍‌ ମ୍ୟାନେଜର୍‌ ପ୍ରଣବ ରାୟ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର