ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ ଗିରଫ ହୋଇଛନ୍ତି । ପୁରେନ୍ଦ୍ରଙ୍କର ଆୟଠାରୁ ଅଧିକ ସମ୍ପତ୍ତି ଥିବା ଭିଜିଲାନ୍ସ ଚଢ଼ାଉବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି । ଏହା ପରେ ତାଙ୍କୁ ଗିରଫ କରାଯାଇଛି ।

Advertisment

ଯାଞ୍ଚବେଳେ ପୁରେନ୍ଦ୍ରଙ୍କର ଘରୁ ୧୬ଟି ବେନାମୀ ପ୍ଲଟର ପଟ୍ଟା, ଭୁବନେଶ୍ୱରରେ ୧୦ ହଜାର ବର୍ଗଫୁଟ୍‌ରେ ୪ ମହଲା କୋଠା, ୧୬ ଲକ୍ଷ ଜମା ରାଶି, ୧.୭ ଲକ୍ଷ ନଗଦ ଟଙ୍କା , ୨ଟି କାର୍‌ ଓ ୫ଟି ବାଇକ୍‌ ମିଳିଛି । ଏହା ସହିତ ତାଙ୍କର ଅନ୍ୟାନ୍ୟ ସ୍ଥାନରେ ଜମି ଥିବା ସନ୍ଦେହ କରାଯାଉଛି । ତାହାର ମଧ୍ୟ ଭିଜିଲାନ୍ସ ଯାଞ୍ଚ କରୁଛି । 

ଗତକାଲି ଭିଜିଲାନ୍ସ ସିଏଚଏସଇ ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ଚଢ଼ାଉ କରିଥିଲା । ଏକକାଳୀନ ତିନୋଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

ଅଧିକ ପଢ଼ନ୍ତୁ: ସାପ କାମୁଡାରେ ମା-ଝିଅ ମୃତ

ପୁରେନ୍ଦ୍ର ସେଠୀଙ୍କର ଭୁବନେଶ୍ୱରସ୍ଥିତ କାନନବିହାରରେ ଥିବା ୪ ମହଲା ଘର, ସାମନ୍ତରାପୁରରେ ଥିବା ଅଫିସ୍ ଓ ଜଗତସିଂହପୁର ଜିଲ୍ଲା କେଉପଡ଼ାରେ ଥିବା ପୈତୃକ ଘରେ ଯାଞ୍ଚ କରାଯାଇଥିଲା । ଭିଜିଲାନ୍ସର ୩ ଜଣ ଡିଏସ୍‌ପି,  ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ୫ ଜଣ ଏଏସଆଇ ଏହି ଚଢ଼ାଉରେ ସାମିଲ ହୋଇଥିଲେ । 

ଅଧିକ ପଢ଼ନ୍ତୁ: ନନ୍ଦନକାନନରେ ୪ ସିଂହ ଶାବକ ଜନ୍ମ: ସଂଖ୍ୟା ୨୫କୁ ବୃଦ୍ଧି