ମୁମ୍ବାଇ: ଲେଖିକା ତଥା ପ୍ରଯୋଜିକା ବିନ୍ତା ନନ୍ଦାଙ୍କ ବିରୋଧରେ ସିନେ କଳାକାର ଆଲୋକ ନାଥ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି। ବିନ୍ତା ନନ୍ଦା ଲିଖିତ କ୍ଷମା ମାଗିବା ସହ କ୍ଷତିପୁରଣ ବାବଦକୁ ୧ ଟଙ୍କା ଦିଅନ୍ତୁ ବୋଲି ଆଲୋକ ନାଥ ଦାବି କରିଛନ୍ତି। ଆଲୋକ ନାଥ ଏବଂ ତାଙ୍କ ପତ୍ନୀ ଆଶୁଙ୍କ ତରଫରୁ ବିନ୍ତା ନନ୍ଦାଙ୍କର ସବୁ ଅଭିଯୋଗକୁ ମିଥ୍ୟା କୁହାଯାଇଛି।
ଅଭିଯୋଗରେ କୁହାଯାଇଛି କି ବିନ୍ତା ନନ୍ଦାଙ୍କ ଅଭିଯୋଗ ହେତୁ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ଆଲୋକଙ୍କ ନାଥ ଏବଂ ତାଙ୍କ ପତ୍ନୀଙ୍କ ନିର୍ମଳ ଭାବମୂର୍ତ୍ତିକୁ ପ୍ରଭାବିତ କରିଛି। ଉଭୟଙ୍କୁ ବହୁତ ଭୟ ରହିଛି ଯେ ବାହାରକୁ ବାହାରିଲେ ମେସାନଙ୍କୁ ଲୋକଙ୍କର ଅନେକ ପ୍ରକାରର ପ୍ରଶ୍ନ ସାମ୍ନା କରିବାକୁ ପଡୁଛି। ଏଥିପାଇଁ ବିନ୍ତା ନନ୍ଦା ଆଣିଥିବା ଅଭିଯୋଗ ଅପରାଧ ଶ୍ରେଣୀରେ ଯାଉଛି ବୋଲି କୁହାଯାଉଛି।
#AlokNath has filed a civil defamation suit against writer producer Vinta Nanda seeking a written apology and Rs 1 as compensation. Nanda had accused Alok Nath of rape #MeToopic.twitter.com/hSMwfsRdp1
— ANI (@ANI) 15 October 2018
ଉଲ୍ଳେଖଯୋଗ୍ୟ, ବିନ୍ତା ନନ୍ଦା ଏକ ଫେସ୍ବୁକ୍ ପୋଷ୍ଟ୍ ଦ୍ୱାରା ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ସେ ପୋଷ୍ଟ୍ରେ ଲେଖିଥିଲେ ଯେ ଏକ ପାର୍ଟି ଚାଲୁଥିବା ସମୟରେ ଆଲୋକନାଥ ତାଙ୍କ ପାନୀୟରେ କିଛି ମିଶାଇବା ପରେ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ। ପୁଣି ସେ ଅଧା ରାତିରେ ଘରକୁ ଫେରୁଥିବା ସମୟରେ ଆଲୋକ ନାଥ ଘରେ ଛାଡ଼ି ଦେବାର ପରାମର୍ଶ ଦେଇ ତାଙ୍କୁ ନିଶା ପିଆଇ କେଉଁ ଏକ ଅଜଣା ସ୍ଥାନକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ।