ନିଜ ୨ପିଲା ଓ ସ୍ତ୍ରୀକୁ ବିଷ ଇନଜେକସନ ଦେଇ ହତ୍ୟା କରିବା ପରେ ଆତ୍ମହତ୍ୟା କରି ଦେଲେ ଡାକ୍ତର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାର ରାଶିନରେ ଜଣେ ପ୍ରତିଷ୍ଠିତ ଡାକ୍ତର ନିଜ ପତ୍ନୀ ଏବଂ ୨ଜଣ ପିଲାଙ୍କୁ ହତ୍ୟା କରିବା ପରେ ନି‌ଜେ ଆତ୍ମହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।  ଉକ୍ତ ଡାକ୍ତରଙ୍କ ନାମ ମହେନ୍ଦ୍ର ଥୋରାତ ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି।

ଡାକ୍ତର ମହେନ୍ଦ୍ର ଥୋରାତ ସାମାଜିକ କର୍ମକର୍ତ୍ତା ଭାବେ କାମ କରିଥାଆନ୍ତି। ପୁଲିସ ଘଟଣାସ୍ଥଳରୁ ଆତ୍ମହତ୍ୟା ନୋଟ ଜବତ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଡାକ୍ତରଙ୍କ ୧୭ବର୍ଷର ପୁଅକୁ କମ ଶୁଣା ଯାଇଥାଏ।  ଯେଉଁ କାରଣରୁ ତାଙ୍କୁ ସମାଜରେ ଅପମା‌ନ ସହିବାକୁ ପଡ଼ିଥାଏ। ଏହି କାରଣରୁ ଡାକ୍ତରଙ୍କ ପରିବାର ଚିନ୍ତାରେ ରହୁଥିଲେ। ତେବେ ଏହି କାରଣରୁ ଡାକ୍ତର ନିଜ ପତ୍ନୀ ଓ ପିଲାଙ୍କୁ ହତ୍ୟା କରି ନିଜେ ଆତ୍ମାହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଛି। କିନ୍ତୁ ପୁଲିସ ଏହାକୁ ବିଶ୍ବାସ ନକରି  ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ଏଥିପାଇଁ  ଘଟଣାସ୍ଥଳରୁ ଅଧିକ ପ୍ରମାଣ ଯୋଗାଡ କରିବାରେ ଲାଗିଛି ପୁଲିସ।

ଶନିବାର ସକାଳୁ ଯେତେବେଳେ ରୋଗୀମାନେ ଚିକିତ୍ସା ପାଇଁ ଡାକ୍ତରଙ୍କ ଘରେ ପହଞ୍ଚିଥିଲେ ସେତେବେଳେ ଘଟଣା ବାବଦରେ ସୂଚନା ମିଳିଥିଲା । ଏହାପରେ ପଡ଼ିଶାଘର ଲୋକ ଏମ୍ପର୍କରେ ପୁଲିସରେ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର