ଅଲଓ୍ଵାର: ଅଲଓ୍ଵାର ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତି ଥିବା ନେଇ ପୁଲିସ୍ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିିଛି ପୁଲିସ୍। ଅଭିଯୁକ୍ତମାନେ ହେଉଛନ୍ତି ଇନ୍ଦ୍ରାଜ ଗୁଜ୍ଜାର, ଅଶୋକ ଗୁଜ୍ଜାର, ଛୋଟେଲାଲା ଗୁଜ୍ଜାର, ହଂସରାଜ ଗୁଜ୍ଜାର ଏବଂ ମହେଶ ଗୁଜ୍ଜାର।
ଏହି ୬ ଜଣଙ୍କ ମଧ୍ୟରୁ ୫ ଜଣ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଜଣକ ସେ ସମୟର ଦୃଶ୍ୟକୁ ଭିଡିଓ କରୁଥିଲା। ଏପ୍ରିଲ୍ ୨୬ ତାରିଖରେ ଥାନାଗଞ୍ଜି-ଅଲଓ୍ଵାରା ରାସ୍ତାରେ ପୀଡ଼ିତା ମହିଳା ନିଜ ସ୍ୱାମୀଙ୍କ ସହ ତାଙ୍କ ଘରକୁ ଯାଉଥିବା ବେଳେ ଦୁଷ୍କର୍ମକାରୀମାନେ ତାଙ୍କୁ ତାଙ୍କ ସ୍ୱାମୀଙ୍କ ସମ୍ମୁଖରେ ଦୁଷ୍କର୍ମ କରିଥିବା ଘଟଣା ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିବା ପରେ ଏବେ ଅଭିଯୁକ୍ତମାନଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି ପୁଲିସ୍।
ଅଭିଯୁକ୍ତମାନଙ୍କ ବିରୋଧରେ ଶନିବାର ଏହି ଚାର୍ଜସିଟ୍ ଜାରି ହୋଇଛି। ମେ ୨ ତାରିଖରେ ଅଲଓ୍ଵାରା ପୁଲିସ୍ ଷ୍ଟେସନ୍ରେ ମାମଲା ରୁଜ୍ଜୁ ହୋଇଛି ବୋଲି କହିଛନ୍ତି ଆଡିସନାଲ୍ ସୁପରିଟେଣ୍ଡେଣ୍ଟ୍ ଅଫ୍ ପୁଲିସ୍ ଚିରଞ୍ଜି ଲାଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/D6160Y-WsAAX3kS.jpeg)