ଅଲଓ୍ଵର : ଅଲଓ୍ଵରରେ ହୋଇଥିବା ଗଣଦୁଷ୍କର୍ମକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇ ପାରି ନାହିଁ ପୁଲିସ । ଘଟଣାଟି ଏପ୍ରିଲ ୨୬ରେ ଘଟିଥିବା ବେଳେ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଗିରଫ ହୋଇ ପାରୁ ନ ଥିବାରୁ ପୀଡ଼ିତା ନିରାଶ ହୋଇଛନ୍ତି । ଶେଷରେ ନିରାଶ ହୋଇ ଅଭିଯୁକ୍ତମାନଙ୍କୁ ଉଚିତ ଦଣ୍ଡ ନ ମିଳିଲେ ପୀଡ଼ିତା ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।

Advertisment

ତେବେ ଅଲଓ୍ଵାର ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତି ଥିବା ନେଇ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ  ଚାର୍ଜସିଟ୍‌ ଜାରି କରିିଛି ପୁଲିସ୍‌। ଅଭିଯୁକ୍ତମାନେ ହେଉଛନ୍ତି ଇନ୍ଦ୍ରାଜ ଗୁଜ୍ଜାର, ଅଶୋକ ଗୁଜ୍ଜାର, ଛୋଟେଲାଲା ଗୁଜ୍ଜାର, ହଂସରାଜ ଗୁଜ୍ଜାର ଏବଂ ମହେଶ ଗୁଜ୍ଜାର।

publive-image thehindu.com

ଏହି ୬ ଜଣଙ୍କ ମଧ୍ୟରୁ ୫ ଜଣ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଜଣକ ସେ ସମୟର ଦୃଶ୍ୟକୁ ଭିଡିଓ କରୁଥିଲା। ଏପ୍ରିଲ୍‌ ୨୬ ତାରିଖରେ ଥାନାଗଞ୍ଜି-ଅଲଓ୍ଵାରା ରାସ୍ତାରେ ପୀଡ଼ିତା ମହିଳା ନିଜ ସ୍ୱାମୀଙ୍କ ସହ ତାଙ୍କ ଘରକୁ ଯାଉଥିବା ବେଳେ ଦୁଷ୍କର୍ମକାରୀମାନେ ତାଙ୍କୁ ତାଙ୍କ ସ୍ୱାମୀଙ୍କ ସମ୍ମୁଖରେ ଦୁଷ୍କର୍ମ କରିଥିବା ଘଟଣା ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିବା ପରେ ଏବେ ଅଭିଯୁକ୍ତମାନଙ୍କ ନାମରେ ଚାର୍ଜସିଟ୍‌ ଜାରି କରିଛି ପୁଲିସ୍‌।