ଅଲଓ୍ଵର : ରାଜସ୍ଥାନ ସରକାର ଏକ ଐତିହାସିକ ପଦକ୍ଷେପ ନେଇ ପ୍ରଶଂସାର ପାତ୍ର ହୋଇଛନ୍ତି । ଅଲଓ୍ଵରରେ ଯେଉଁ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଆଗରେ ଗଣଦୁଷ୍କର୍ମ କରାଯାଇଥିଲା, ସେହି ମହିଳାଙ୍କୁ ଏବେ ରାଜସ୍ଥାନ ସରକାର କନେଷ୍ଟବଳ ପଦରେ ନିଯୁକ୍ତି ଦେବା ପାଇଁ ଆଦେଶ ଦେଇଥିବା ଜଣାପଡ଼ିଛି । ଅତିରିକ୍ତ ମୁଖ୍ୟ ଗୃହ ସଚିବ ରାଜୀବ ସ୍ୱରୁପଙ୍କ କହିବା ଅନୁଯାୟୀ, ପୀଡ଼ିତାଙ୍କୁ ପୁଲିସ କନେଷ୍ଟବଳ ପଦରେ ନିଯୁକ୍ତି ଦେବା ପାଇଁ ଆଦେଶ ଜାରି କରି ଦିଆଯାଇଛି । ଖୁବ୍ ଶୀଘ୍ର ତାଙ୍କ ପାଖକୁ ନିଯୁକ୍ତି ପତ୍ର ପଠାଇ ଦିଆଯିବ ।
/sambad/media/post_attachments/wp-content/uploads/2019/05/2j46hlug_police-generic_625x300_27_October_18-300x185.jpg)
ସୂଚନା ମୁତାବକ, ଅପ୍ରେଲ ୨୬ରେ ସ୍ୱାମୀଙ୍କ ସହ ବାଇକ୍ରେ ଯାଉଥିବା ସମୟରେ ଦଳିତ ମହିଳାଙ୍କ ସହ ଅଭିଯୁକ୍ତ ଇନ୍ଦ୍ରରାଜ ଗୁର୍ଜର, ଅଶୋକ ଗୁର୍ଜର, ଛୋଟେଲାଲ ଗୁର୍ଜର, ହଂସରାଜ ଗୁର୍ଜର ଏବଂ ମହେଶ ଗୁର୍ଜର ମିଶି ଗଣଦୁଷ୍କର୍ମ କରିଥିଲେ । ଅଭିଯୁକ୍ତ ମହେଶ ଗୁର୍ଜର ଗଣଦୁଷ୍କର୍ମର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।